ଦେଖନ୍ତୁ ଭିଡ଼ିଓ: ବେଆଇନ ଭାବେ ମାଛ ଧରି କିଳା ନେଲେ ଯୁବକ

ଦେଖନ୍ତୁ ଭିଡ଼ିଓ: ବେଆଇନ ଭାବେ ମାଛ ଧରି କିଳା ନେଲେ ଯୁବକ
ଦେଖନ୍ତୁ ଭିଡ଼ିଓ: ବେଆଇନ ଭାବେ ମାଛ ଧରି କିଳା ନେଲେ ଯୁବକ

(ରିପୋର୍ଟ- ମନୋଜ ନାୟକ)

ଗଞ୍ଜାମ: ବେଆଇନ ଭାବେ ମାଛ ଧରି ଜଣେ ଯୁବକ ଏବେ ହରଡ଼ଘଣାରେ ପଡିଛନ୍ତି । ମାଡ ତ ନୁହେଁ ବରଂ ଗ୍ରାମବାସୀଙ୍କ ହାତରେ ସେ ଧରାପଡିବା ପରେ ଯୁବକଙ୍କୁ ଏକ ବନ୍ଦ କଠୋରୀରେ ଅଟକ ରଖାଯାଇଛି । ଏହି ଅଭାବନୀୟ  ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଧନୁତର ପଞ୍ଚାୟତ ଅଧିନ ଲାଞ୍ଜିଆପଲ୍ଲୀ ଗ୍ରାମରେ । ଅନ୍ୟପଟରେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମାଛ ଚାଷ ବନ୍ଧରେ କୀଟନାଶକ ବିଷ ପକାଇ ମାଛ ମାରୁଥିବାରୁ ଯୁବକକୁ ଵନ୍ଦ କୋଠରୀରେ ଅଟକ ରଖାଯାଇଛି । ଯୁବକଙ୍କ ଦୋଷ ପାଇଁ ତାଙ୍କୁ କ’ଣ ଶାସ୍ତି ଦିଆଯିବ ସେନେଇ ରାତିରେ ଗ୍ରାମ ସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ପୁରା ଘଟଣା କିଛି ଏପରି, ଆଜି ସକାଳ ପ୍ରାୟ ୧୦ ଟା ରେ ଏହି ଘଟଣା ଘଟିଥିବା ବେଳେ ଗ୍ରାମର ମାଛ ଚାଷ ବନ୍ଧରେ କୀଟନାଶକ ବିଷ ପକାଇ ମାଛ ମାରୁଥିବାରୁ ଉକ୍ତ ଯୁବକକୁ ଏକ ବନ୍ଦ କୋଠରୀରେ ବାନ୍ଧି ରଖାଯାଇଥିଵା ଜଣାପଡିଛି । ଯୁବକ ଜଣକ ହେଲେ ଧନୁତର ଗ୍ରାମର ସିମାଞ୍ଚଳ ଗୌଡ଼ଙ୍କ ପୁଅ ଅଟଳ ବିହାରୀ ଗୌଡ଼ ।

ଅଟଳ ସୁରତରେ ରହି କାମ କରୁଥିବା ବେଳେ ଗ୍ରାମକୁ ଆସିଲେ ଏଭଳି ଅନେକ ବେଆଇନ କାମରେ ଲିପ୍ତ ରହୁଥିବା ଅଭିଯୋଗ ରହିଛି । ଅଟଳ ଅନେକ ସମୟରେ ଗ୍ରାମର ମାଛଚାଷ ବନ୍ଧରେ ମାଛ ଚୋରି କରିବାର ଅଭିଯୋଗ ରହି ଆସିଛି । ଗ୍ରାମବାସୀଙ୍କ ଚେତାବନୀ ସତ୍ବେ ନିଜର ଦୁଷ୍ଟ ପ୍ରକୃତିକୁ ଛାଡିନଥିଲେ ଅଟଳ ।

ଆଜି ମାଛଚାଷ ବନ୍ଧରେ କୀଟନାଶକ ଔଷଧ ପକାଇଥିଲେ ଅଟଳ । ଫଳରେ ମାଛ ଗୁଡାକ ଡେଇଁବା ଆରମ୍ଭ କରିଥିଲେ । ଯାହା ଗ୍ରାମବାସୀଙ୍କ ନଜରରେ ପଡିଥିଲା । ଅଟଳ ବନ୍ଧ ନିକଟରେ କୀଟନାଶକ ଔଷଧ ଧରିଥିବା ଦେଖିଥିଲେ ଗ୍ରାମବାସୀ । ସଙ୍ଗେ ସଙ୍ଗେ ଗ୍ରାମବାସୀ ଏକାଠି ହୋଇ ଅଟଳର ଗୋଡ଼ ହାତ ବାନ୍ଧି ଏକ ଵନ୍ଦ କୋଠରୀରେ ଅଟକ ରଖିଥିବା ଜଣାପଡିଛି । ରାତିରେ ଗ୍ରାମରେ ବୈଠକ ଆୟୋଜନ କରି ଅଟଳକୁ ଦଣ୍ଡ ବିଧାନ ପାଇଁ ସୂଚନା ରହିଥିବା ଜଣାପଡିଛି ।

Share this story

World Odia Language Conferene