ମହିଳାଙ୍କୁ ଛୁରୀ ଭୁସି ହତ୍ୟା! ପୁଲିସର ତନାଘନା ଜାରି

ମହିଳାଙ୍କୁ ଛୁରୀ ଭୁସି ହତ୍ୟା! ପୁଲିସର ତନାଘନା ଜାରି
ମହିଳାଙ୍କୁ ଛୁରୀ ଭୁସି ହତ୍ୟା! ପୁଲିସର ତନାଘନା ଜାରି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ତାଳପଡା ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର କାଜୁ ଜଙ୍ଗଲରୁ ଆଜି ସ୍ଥାନୀୟ ଥାନା ପୁଲିସ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଠାବ କରିଛି । ମୃତ ମହିଳା ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅଧିନ ଗୋବିନ୍ଦନଗର ଗ୍ରାମର ଲକ୍ଷ୍ମୀ ସାହୁ । ମହିଳା ଜଣଙ୍କୁ କେହି ଅଜଣା ଦୁର୍ବୁତ୍ତ ଛୁରୀ ଭୁସି ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଛି ସେନେଇ ସ୍ଥାନୀୟ ପୁଲିସ ତଦନ୍ତ ଜାରି ରଖିଛି । ଏହି ଘଟଣା ପ୍ରଘଟ ହେବା ପରେ ଏବେ ପୁରା ଅଚଂଳରେ ଆତଙ୍କ ଖେଳିଯାଇଛି ।

ଖବର ପାଇ ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ବେହେରା ଓ ଖଲିକୋଟ ଥାନା ଅଧିକାରୀ ସୁନୀଲ କୁମାର ବେହେରା ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପଂହଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛନ୍ତି । ଘଟଣାସ୍ଥଳରୁ ମହିଳାଙ୍କ ମୋବାଇଲ ଫୋନ ଓ ଭେନିଟି ବ୍ୟାଗକୁ ପୁଲିସ ଜବତ କରିଛି । ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପରିପାର୍ଶ୍ଵିକ ସ୍ଥିତିରୁ ଜଣାପଡିଛି ।

ମହିଳା ଜଣଙ୍କ ନିଖୋଜ ଥିବା ନେଇ ପରିବାର ଲୋକେ ଗତକାଲି ରାତିରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ, ଗତକାଲି (ଶୁକ୍ରବାର) ଅପରାହ୍ନ ପ୍ରାୟ ୩ଟା ସମୟରେ ଲକ୍ଷ୍ମୀ ବ୍ରହ୍ମପୁର ସ୍ଥିତ ମିଥୁଟ ଫାଇନାନ୍ସରେ କାମ ଅଛି କହି ଘରୁ ବାହାରିଥିଲେ । ହେଲେ ରାତି ୧୦ଟା ସୁଦ୍ଧା ଘରୁକୁ ଫେରିନଥିଲେ । ବ୍ୟସ୍ତ ହୋଇ ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବା ପରେ ଥାନାର ଦ୍ୱାରସ୍ତ ହୋଇଥିଲେ ।

Share this story

World Odia Language Conferene