ବାଜିଲାଣି ନିର୍ବାଚନ ବିଗୁଲ: ଏଥର ଭୁବନେଶ୍ୱରରେ ଆଇଏଏସ୍-ଆଇପିଏସ୍ ଲଢ଼େଇ, ଭୁବନେଶ୍ୱର ଉତ୍ତର ପାଇଁ ପ୍ରାର୍ଥୀ ହେବେ ଚିନୁ ସାହୁ

ବାଜିଲାଣି ନିର୍ବାଚନ ବିଗୁଲ: ଏଥର ଭୁବନେଶ୍ୱରରେ ଆଇଏଏସ୍-ଆଇପିଏସ୍ ଲଢ଼େଇ, ଭୁବନେଶ୍ୱର ଉତ୍ତର ପାଇଁ ପ୍ରାର୍ଥୀ ହେବେ ଚିନୁ ସାହୁ
ବାଜିଲାଣି ନିର୍ବାଚନ ବିଗୁଲ: ଏଥର ଭୁବନେଶ୍ୱରରେ ଆଇଏଏସ୍-ଆଇପିଏସ୍ ଲଢ଼େଇ, ଭୁବନେଶ୍ୱର ଉତ୍ତର ପାଇଁ ପ୍ରାର୍ଥୀ ହେବେ ଚିନୁ ସାହୁ

ଭୁବନେଶ୍ୱର: ବାଜିଲାଣି ନିର୍ବାଚନ ବିଗୁଲ । ୩ଟି ପ୍ରମୁଖ ରାଜନୈତିକ ଦଳ-ବିଜେଡ଼ି, ବିଜେପି ଓ କଂଗ୍ରେସର ନୂଆବର୍ଷ ବ୍ୟାନର ଓ ପାରିପାଶ୍ୱିର୍କ ବାତାବରଣ ଦେଖିଲେ ଏହା ସ୍ପଷ୍ଟ ହୋଇପାରୁଛି ।

ତେବେ ଏଥରର ବିଧାନସଭା ଓ ଲୋକସଭା ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ତ୍ୱପୂର୍ଣ୍ଣ ହେବ ବୋଲି ତଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି । ବିଶେଷ କରି ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା ଭୁବନେଶ୍ୱରରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ଚୟନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।

ଅତି ବିଶ୍ୱସ୍ତ ସୂତ୍ରର ତଥ୍ୟକୁ ବିଶ୍ୱାସକୁ ନିଆଗଲେ, ଭୁବନେଶ୍ୱର ଲୋକସଭା ନିର୍ବାଚନରେ ମୁଖ୍ୟତ ଆଇଏଏସ୍-ଆଇପିଏସ୍ ଲଢ଼େଇ ହେବା ନିଶ୍ଚତ ହୋଇଯାଇଛି । ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିକୁ ଓହ୍ଲାଇଥିବା ଚର୍ଚ୍ଚିତ ମହିଳା ଆଇଏଏସ୍ ଅଫିସର ଅପରାଜିତା ଷଡଙ୍ଗୀ ବିଜେପିରୁ ଲୋକସଭା ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିବା ବେଳେ ବିଜେଡିରୁ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକ ପ୍ରାର୍ଥୀ ହେବା ଆପାତତଃ ଚୂଡାନ୍ତ ହୋଇଛି ।

ଶ୍ରା ପଟ୍ଟନାୟକ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବା ଶୁଣା ଯାଉଥିଲା । କିନ୍ତୁ ପିନାକୀ ମିଶ୍ରଙ୍କୁ ନେଇ ଅଡୁଆ ପରିସ୍ଥିତି ଉପୁଜିବାରୁ ଶ୍ରୀ ପଟ୍ଟନାୟକଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରାଯିବା ଚୂଡାନ୍ତ ହୋଇଛି । ଏହା ହେଲେ ଏଥର ପ୍ରଥମଥର ପାଇଁ ଭୁବନେଶ୍ୱରରେ ଆଇପିଏସ୍ ବନାମ ଆଇଏଏସ୍ ଲଢେଇ ବେଶ ଜମିବ ।

ସେହିଭଳି ଭୁବନେଶ୍ୱର ଉତ୍ତର ପାଇଁ ପ୍ରିୟଦର୍ଶୀ ମିଶ୍ରଙ୍କ ବଦଳରେ ଏଥର କଂଗ୍ରେସରୁ ଯାଇ ବିଜେଡିରେ ମିଶିଥିବା ଚିନୁ (ଚିନୁ ସାହୁ)ଙ୍କୁ ବିଧାୟକ ପ୍ରାର୍ଥୀ କରାଯିବା ନେଇ ଆଲୋଚନା ଜୋରଦାର ହୋଇଛି ।

Share this story

World Odia Language Conferene