ବିଜେଡି ପ୍ରାର୍ଥୀ ଚୟନ ପ୍ରକ୍ରିୟା, ଦୂରେଇ ରହିଲେ ବରିଷ୍ଠ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ

ବିଜେଡି ପ୍ରାର୍ଥୀ ଚୟନ ପ୍ରକ୍ରିୟା, ଦୂରେଇ ରହିଲେ ବରିଷ୍ଠ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ
ବିଜେଡି ପ୍ରାର୍ଥୀ ଚୟନ ପ୍ରକ୍ରିୟା, ଦୂରେଇ ରହିଲେ ବରିଷ୍ଠ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର: ଶେଷରେ ବିଜେଡି ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ଦୂରେଇ ଯାଇଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡ଼ଙ୍ଗୀ । ତେବେ କେଉଁ କାରଣ ପାଇଁ ଶ୍ରୀ ଷଡ଼ଙ୍ଗୀ ଶାସକ ଦଳର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକ୍ରିୟାରୁ ଦୂରେଇଲେ ତାହା ଖୋଦ୍ ଦଳର ନେତା ଓ ଆଶାୟୀ ପ୍ରାର୍ଥୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିଛି ।

ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସମ୍ପ୍ରତ୍ତି ବିଜେଡିରେ ସୃଷ୍ଟି ହୋଇଥିବା ଦଳିୟ କନ୍ଦଳ, ବିଭାଜିତ ଗୋଷ୍ଠୀ, ଏକ ଛତ୍ରବାଦ ଓ ଚାଟୁକାରମାନଙ୍କ ବିଶୃଙ୍ଖଳୀତ ଆଚରଣ ଯୋଗୁ ବିବାଦରୁ ଊର୍ଦ୍ଧରେ ରହିବା ପାଇଁ ଶ୍ରୀ ଷଡ଼ଙ୍ଗୀ କୁଆଡ଼େ ଦୂରେଇ ଯାଇଛନ୍ତି ।

ଏହା ସତ୍ୟ ଯେ, ୨୦୧୪ ନିର୍ବାଚନ ବେଳେ ଶ୍ରୀ ଷଡ଼ଙ୍ଗୀଙ୍କ ବିଚକ୍ଷଣ ଗୋଟି ଚାଳନା ଓ ଗୋଇନ୍ଦା ଇନପୁଟ୍ ଆଧାରରେ ବିଜେଡି ଯଥେଷ୍ଟ ସଫଳତା ହାସଲ କରି ସରକାର ଗଢ଼ିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିଜେଡିରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଓ ମନମାନି ଯୋଗୁ ଶ୍ରୀ ଷଡ଼ଙ୍ଗୀ ସମ୍ପୂର୍ଣ୍ଣ ନୀରବ ହୋଇଯାଇଥିଲେ ।

ଏକ ବର୍ଷ ହେଲା ସେ ଗୋଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀରୁ ବଦଳି ହୋଇ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହେବା ପରେ ବିଜେଡି ବା ଶାସକ ଦଳର ଅଭ୍ୟନ୍ତରୀଣ ମାମାଲାରେ ମୁଣ୍ଡ ଖେଳାଇ ନଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ସାମିଲ ହେବାକୁ ଶ୍ରୀ ଷଡ଼ଙ୍ଗୀଙ୍କୁ କୁହାଯାଇଥିଲେ ମଧ୍ୟ ସେ ଦୂରେଇ ଯାଇଥିବା ଜଣାପଡିଛି ।

Share this story

World Odia Language Conferene