କ୍ୟାନ୍ସର ସହ ଲଢୁଛନ୍ତି ଓଡିଆ ଟେଲିସିରିଏଲ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର

କ୍ୟାନ୍ସର ସହ ଲଢୁଛନ୍ତି ଓଡିଆ ଟେଲିସିରିଏଲ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର
କ୍ୟାନ୍ସର ସହ ଲଢୁଛନ୍ତି ଓଡିଆ ଟେଲିସିରିଏଲ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର

ଭୁବନେଶ୍ୱର: କ୍ୟାନ୍ସରରେ ପଡିଛନ୍ତି ଓଡ଼ିଆ ଟେଲି ସିରିଏଲରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀ । ଟେଲି ସିରିଏଲର ନାୟିକା ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ କ୍ୟାନସର ହୋଇଥିବା ଜଣାପଡିଛି । ଯାହା ଏବେ ଟେଲି ଜଗତ ଏବଂ ତାଙ୍କ ଫ୍ୟାନ ମାନଙ୍କ ମନରେ ନିରାଶ ଆଣିଦେଇଛି ।

ସେ ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଏହି ସୂଚନା ଦେଇଛନ୍ତି । ନିଜର ଦୁଇଟି ଫଟୋ ଶେୟାର କରି ସେ ଫେସ୍‌ବୁକ୍‌ରେ ଲେଖିଛନ୍ତି- ମୁଁ ବ୍ରେନ୍ (ମସ୍ତିଷ୍କ) ଓ ଲଙ୍ଗ୍ (ଫୁସ୍‌ଫୁସ୍) କ୍ୟାନସର ସହିତ ଲଢ଼େଇ କରୁଛି । ମୁଁ ନିଶ୍ଚିତ ଯେ ଏ ଲଢ଼େଇରେ ମୁଁ ଜିତିବି । ସେ ଆହୁରି ଲେଖିଛନ୍ତି- ତାରା ପଟ୍ଟନାୟକ (ଏକ ଧାରାବାହିକରେ ସେ ଅଭିନୟ କରିଥିବା ଚରିତ୍ର) ଖୁବ୍‌ଶୀଘ୍ର ଏକ ନୂଆ ଲୁକ୍‌ରେ ଫେରିବ ।

ଭଗବାନ ମୋ ସହିତ ଅଛନ୍ତି । ଆପଣମାନେ ବି ମୋତେ ଆଶୀର୍ବାଦ କରନ୍ତୁ । ତେବେ ପ୍ରଶ୍ନ ଉଠୁଛି ସେ କେବେ ଏହି ରୋଗରେ ପୀଡିତ ଓ କେଉଁଠି ସେ କ୍ୟାନ୍ସରର ଚିକିତ୍ସିତ ହେଉଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ଖବର ପାଇବା ପରେ ତାଙ୍କର ଫେସ୍‌ବୁକ୍ ଫ୍ରେଣ୍ଡ୍ ମାନେ କ୍ୟାନସର ସହିତ ଲଢ଼ିବା ପାଇଁ ତାଙ୍କ ସାହସ ବଢ଼ାଇଛନ୍ତି । ତାଙ୍କର ଅସୁଆରୋଗ୍ୟ କାମନା କରିଛନ୍ତି ।

Share this story

World Odia Language Conferene