ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାଲିଛି ଖୋଳତାଡ଼

ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାଲିଛି ଖୋଳତାଡ଼
ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାଲିଛି ଖୋଳତାଡ଼

ଭୁବନେଶ୍ୱର: ପଟିଆ ସ୍ଥିତ ଶ୍ରୀବିହାର ଅଚଂଳର ଏକ ଭଡ଼ା ଘରୁ ଜଣେ ଡାକ୍ତରାଣୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ । ମୃତ ମହିଳା ଜଣଙ୍କ ହେଲେ ମାନସ୍ୱିନୀ ବାରିକ । ସେ ପେଶାରେ ଜଣେ ହୋମିଓପାଥି ଡାକ୍ତର ଥିଲେ । ଶବ ବ୍ୟବଚ୍ଛେଦ ଲାଗି ପୁଲିସ କ୍ୟାପିଟାଲ ହସ୍ପିଟାଲ ପଠାଇଦେଇଛି । ଅନ୍ୟପଟରେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସେମାନେ କହିଛନ୍ତି, ମାନସ୍ୱିନୀଙ୍କ ମୃତ୍ୟୁ ପଛରେ କିଛି ରହସ୍ୟ ରହିଛି । କାରଣ ସେ କେବେବି ଚାପରେ ରହୁନଥିଲେ । ତାଙ୍କ ବ୍ୟବହାର ସବୁବେଳେ ସାଧାରଣ ଥିଲା ଓ ସେ ଖୁସି ଥିଲେ ।

ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାଲିଛି ଖୋଳତାଡ଼

ଅପରପକ୍ଷରେ କମିଶନରେଟ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି । ରୁମରୁ ପୁଲିସ କିଛି ସିରିଞ୍ଜ ଓ ଇଞ୍ଜେକ୍ସନ ଜବତ କରିଥିବା ଜଣାପଡିଛି । ତେବେ ମାନସ୍ୱିନୀଙ୍କର କିପରି ମୃତ୍ୟୁ ହେଲା ଓ ଏହା ପଛରେ କାହାର ହାତ ଅଛି ସେନେଇ ପୁଲିସ ତନାଘନା ଆରମ୍ଭ କରିଛି ।

ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାଲିଛି ଖୋଳତାଡ଼

ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନାମୁତାବକ, ମାନସ୍ୱିନୀଙ୍କ ଘର ପଶ୍ଚିମ ଓଡ଼ିଶାରେ । ସେ ଭୁବନେଶ୍ୱରରେ କେୟାର ହସ୍ପିଟାଲରେ କାମ କରୁଥିଲେ । ସେ ବାହା ହୋଇଥିଲେ ଓ ତାଙ୍କର ଛାଡ଼ପତ୍ର ହୋଇଯାଇଥିବା ଜଣାପଡିଛି ।

ମାନସ୍ୱିନୀ ଶ୍ରୀବିହାରର ପ୍ଲଟ ନମ୍ବର-(୭୩୪/୧୬୬୪) ଘରେ ଭଡ଼ାରେ ରହି ଆସୁଥିଲେ । ଆଜି ସେ ଘରର କବାଟ ନଖୋଲିବାରୁ ପୁଲିସ କବାଟ ଭାଙ୍ଗି ତାଙ୍କ ଶବକୁ ଉଦ୍ଧାର କରିଥିଲା ।

Share this story

World Odia Language Conferene