ଶଙ୍ଖ ଫୁଙ୍କିଲେ ସୁବାସ ଚୌହାନ

ଶଙ୍ଖ ଫୁଙ୍କିଲେ ସୁବାସ ଚୌହାନ
ଶଙ୍ଖ ଫୁଙ୍କିଲେ ସୁବାସ ଚୌହାନ

ଭୁବନେଶ୍ୱର: ପଦ୍ମ (ଭାରତୀୟ ଜନତା ପାର୍ଟି) ହାତ ଛାଡିଥିବା ବରିଷ୍ଠ ନେତା ସୁବାସ ଚୌହ୍ଵାନ ଆଜି ଶଙ୍ଖ ଫୁଙ୍କିଛନ୍ତି । କହିବାକୁ ଗଲେ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।

ବିଜେଡି ଦଳରେ ଯୋଗ ଦେବା ପରେ ଶ୍ରୀ ଚୌହ୍ଵାନ କହିଛନ୍ତି, “ନିର୍ବାଚନୀ ଯୁଦ୍ଧ ଆରମ୍ଭ ହୋଇଯାଇଛି । ମୁଁ ମୋ ପକ୍ଷ ନେଇଛି । ଅଧର୍ମ ଓ ଅହଙ୍କାର ବିରୁଦ୍ଧରେ ମୋ ଲଢେଇ । ଭାରତୀୟ ଜନତା ପାର୍ଟିରେ ଜାଗିର ଭଳି କାମ ହେଉଛି । ତା’ ବିରୁଦ୍ଧରେ ସଂଗ୍ରାମ ହେଉଛି ଏବେ ତାଙ୍କର ଲକ୍ଷ୍ୟ । ସେ ଆହୁରି କହିଛନ୍ତି, ନିର୍ବାଚନ ମଇଦାନରେ ଲଢ଼େଇ ଆରମ୍ଭ ହୋଇସାରିଛି । ମୁଁ ଗୋଟିଏ ଯୋଦ୍ଧା ହୋଇଥିବାରୁ ଗୋଟିଏ ପକ୍ଷ ନିଶ୍ଚିତ କରିଛି । ସେଥିପାଇଁ ମୁଁ ଏଠାକୁ ଆସିଛି ।”

ଅଧର୍ମ ଓ ଅହଂକାର ବିରୋଧରେ ଲଢ଼େଇ ଜାରି ରହିବ । ୨୦୧୯ରେ କୌଣସି ନିର୍ବାଚନ ଲଢ଼ିବି ନାହିଁ । ଆରଏସ୍‌ଏସ୍‌ରେ ଅଛି ଏବଂ ରହିବି । ଦଳରେ ତାଙ୍କୁ ଗ୍ରହଣ କରି ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଆଜି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହା ବିଜୁ ଜନତା ଦଳକୁ ସୁଦୃଢ଼ କରିବ ।”

ଟିକେଟ ବଣ୍ଟନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ ।

Share this story

World Odia Language Conferene