ଲଜ୍ଜା: ଝିଆରୀକୁ ଗର୍ଭବତୀ କଲେ ପୁଲିସ ଦାଦା, ବନ୍ଧା ହେଲେ ପୁଲିସ ଏଏସଆଇ

ଲଜ୍ଜା: ଝିଆରୀକୁ ଗର୍ଭବତୀ କଲେ ପୁଲିସ ଦାଦା, ବନ୍ଧା ହେଲେ ପୁଲିସ ଏଏସଆଇ
ଲଜ୍ଜା: ଝିଆରୀକୁ ଗର୍ଭବତୀ କଲେ ପୁଲିସ ଦାଦା, ବନ୍ଧା ହେଲେ ପୁଲିସ ଏଏସଆଇ
ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାରେ ପୁଲିସର ଆଉ ଏକ ଲଜ୍ଜାଜନକ କାଣ୍ଡ ଦେଖିବାକୁ ମିଳିଛି । ଯାହା ରାଜ୍ୟ ପୁଲିସର ମାନମର୍ଜ୍ୟାଦାକୁ ପଦାରେ ପକାଇଛି । ରକ୍ତ ସମ୍ପର୍କର ଝିଆରୀକୁ ଗର୍ଭବତୀ କରି ଗିରଫ ହୋଇଛନ୍ତି ଜଣେ ପୁଲିସ ଏଏସଆଇ । ଚାଉମିନ୍ ଓ ଚକୋଲେଟ ଦେବାର ଆଳ ଦେଖାଇ ପୁଲିସ ଏଏସଆଇ ଜଣଙ୍କ ନାବାଳିକା ଝିଆରୀ ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦିନେ ନୁହେଁ ମାସ ମାସ ଧରି ପୁଲିସ ବାବୁ ଜଣଙ୍କ ନିଜ ଝିଆରୀ ସହ ଶାରିରୀକ ସମ୍ପର୍କ ରଖି ଆସୁଥିବା ଏତେଲାରେ ଉଲ୍ଲେଖ ରହିଛି । ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ଫତେଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଲିସ ବାବୁଙ୍କୁ ଗିରଫ କରିଛି । ଅଭିଯୁକ୍ତ ପୁଲିସ ଦାଦା ଜଣଙ୍କ ହେଲେ ବ୍ରଜବନ୍ଧୁ ମଲ୍ଲିକ (୫୮) । ଅଭିଯୁକ୍ତ ପୁଲିସ ଏଏସଆଇ ଜଣଙ୍କ ଏବେ ଦସପଲ୍ଲାରେ କାର୍ଯ୍ୟରତ ଅଛନ୍ତି ।
ସୂଚନା ଅନୁଯାୟୀ, ପୀଡ଼ିତା ନାବାଳିକାଙ୍କ ବାପା ଜଣେ ମାନସିକ ଅସାମର୍ଥ୍ୟ ଓ ମା’ କେଉଁଆଡ଼େ ଚାଲି ଯାଇଛନ୍ତି । ତେଣୁ ନାବାଳିକା ଜଣଙ୍କ ଦାଦା ଓ ବଡ଼ବାପାଙ୍କ ଘରେ ରୁହନ୍ତି । ଗାଁ ବାଣୀଗୋଛାରେ ନାବାଳିକା ଜଣଙ୍କ ରହୁଥିବାରୁ ଉକ୍ତ ଅଚଂଳର ଥାନାରେ ବ୍ରଜବନ୍ଧୁ କାର୍ଯ୍ୟରତ ଥିଲେ । ହେଲେ ସେ କିଛି ମାସ ହେଲା ଦସପଲ୍ଲା ଥାନାରେ ଦାୟିତ୍ୱ ସମ୍ଭାଳୁଛନ୍ତି । ଯେତେବେଳେ ଗାଁକୁ ଆସନ୍ତି ଝିଆରୀକୁ ଚକଲେଟ ଓ ଚାଉମିନ ଖାଇବାକୁ ଡାକି ନେଇ ଦୁଷ୍କର୍ମ କରନ୍ତି ।
କିଛି ମାସ ତଳେ ନାବାଳିକା ଜଣଙ୍କ ଭିବନେଶ୍ୱରରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ଏଠାରେ ରହିବା ସମୟରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା । ପରିବାର ଲୋକେ ପଚାରିବାରୁ ଦାଦା ତାଙ୍କୁ ଦୀର୍ଘ ଦିନ ଧରି ଦୁଷ୍କର୍ମ କରିଆସୁଥିବା ସେ ଜଣାଇଥିଲେ । ଖାଲି ଏତିକି ନୁହେଁ ଘଟଣା ବିଷୟରେ କାହାରିକୁ କହିଲେ ଜୀବନରେ ମାରିଦେବା ପାଇଁ ଧମକ ଦେଉଥିଲେ । ଶେଷରେ ନାବାଳିକାଙ୍କ ବଡ଼ବାପା ଏନେଇ ଭୁବନେଶ୍ୱର ମହିଳା କମିଶନଙ୍କ ପାଖରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ନମନ୍ତେ ନୟାଗଡ଼ ଜିଲ୍ଲା ଏସପିଙ୍କୁ ଚିଠି କରାଯାଇଥିଲା । ଜିଲ୍ଲା ସିଡ଼ବ୍ଲୁସି ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ଫତେଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ପୁଲିସ ଦାଦାକୁ ଗିରଫ କରିଥିଲା । ଅନ୍ୟପଟରେ ପୀଡ଼ିତା ନାବାଳିକାଙ୍କୁ ପୁଲିସ ଉଦ୍ଧାର କରି ନୟାଗଡ଼ ସେବାଗୃହରେ ରଖିଛି ।

Share this story

World Odia Language Conferene