‘ତୁମେ ସ୍କୁଲ ହେଡମିଷ୍ଟ୍ରେସ୍ ନୁହେଁ କଲେଜର ପ୍ରିନ୍ସିପାଲ ହେବାର ଥିଲା’, କୁତୁକୁତୁ କରିଛି ଆଇଏଏସ ଅଫିସରଙ୍କ ଏହି ଇଙ୍ଗିତ

‘ତୁମେ ସ୍କୁଲ ହେଡମିଷ୍ଟ୍ରେସ୍ ନୁହେଁ କଲେଜର ପ୍ରିନ୍ସିପାଲ ହେବାର ଥିଲା’, କୁତୁକୁତୁ କରିଛି ଆଇଏଏସ ଅଫିସରଙ୍କ ଏହି ଇଙ୍ଗିତ
‘ତୁମେ ସ୍କୁଲ ହେଡମିଷ୍ଟ୍ରେସ୍ ନୁହେଁ କଲେଜର ପ୍ରିନ୍ସିପାଲ ହେବାର ଥିଲା’, କୁତୁକୁତୁ କରିଛି ଆଇଏଏସ ଅଫିସରଙ୍କ ଏହି ଇଙ୍ଗିତ

ଭୁବନେଶ୍ୱର: ହିନ୍ଦୀରେ ଏକ ଢ଼େଗ ଅଛି ‘ସମଝଦାର କୋ ଇସାରା ହି କାଫି ହେ’ । ଏଭଳି ଢ଼େଗ ଏଠି ଉଠାଇବା ଅପଣମାନଙ୍କୁ ଚିକତ କରୁଥାଇ ପାରେ । କିନ୍ତୁ ଏହି ଢ଼େଗ ଏବେ ପୁଲିସ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ସମସ୍ତଙ୍କ ମୁହଁରେ ଏବେ ଏହି ଢ଼େଗ ଶୁଣିବାକୁ ମିଳିଛି । କାରଣ କିଛି ଦିନ ତଳେ ୟୁନିଟ-୩ ଅଚଂଳରେ ଏମିତି ଏକ ଘଟଣା ଘଟିଥିଲା ଯାହା ବୁଝିପାରୁଥିବା ଜଣେ ବ୍ୟକ୍ତିକୁ ଏକ ଇଙ୍ଗିତ ଭରା ଇସାରା ପୁରା ଘଟଣାକୁ ବୁଝାଇବାରେ ଯଥେଷ୍ଟ ଅଟେ । କାରଣ ଉକ୍ତ ଅଚଂଳରେ ଏକ ସ୍କୁଲରେ ଯୋଗ ଦେଇଥିବା ଜଣେ ଆଇଏଏସ ଅଫିସରଙ୍କ ଏହି ଇଙ୍ଗିତ ପୁରା ପୁଲିସ ମହଲରେ କୁତୁକୁତିଆ ମାହୋଲ ସୃଷ୍ଟି କରିଛି ।

ଘଟଣାଟି କିଛି ଏହିପରି, କିଛି ଦିନ ତଳେ ୟୁନିଟ-୩ ଅଚଂଳରେ ଥିବା ଏକ ସରକାରୀ ସ୍କୁଲରେ କମିଶନରେଟ ପୁଲିସ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯାହା ରାଜଧାନୀବାସୀଙ୍କ ପାଇଁ ଥିଲା ସ୍ୱାଗତଯୋଗ୍ୟ । ଏହି କାର୍ଯ୍ୟକ୍ରମରେ ପୁଲିସ ଡିଜି ଠାରୁ ଆରମ୍ଭ କରି ପୁଲିସ କମିଶନର ଏବଂ ଆଇଏଏସ ଅଫିସର ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଅରମ୍ଭରୁ ସମସ୍ତଙ୍କୁ ମଞ୍ଚ ଉପରକୁ ଡକା ଯାଇଥିଲା । ଏହାଛଡ଼ା ମଞ୍ଚ ଉପରେ ସ୍କୁଲର ହେଡମିଷ୍ଟ୍ରେସ୍ ମଧ୍ୟ ବସିଥିଲେ । ସମୟ ଗଡିବା ସାଙ୍ଗକୁ ସଭା କାର୍ଯ୍ୟକ୍ରମ ମଧ୍ୟ ଆଗକୁ ବଢ଼ିଥିଲା । ଗୋଟିଏ ପରେ ଗୋଟିଏ ଅତିଥି ନିଜ ଅଭିଭାଷଣ ରଖିଥିଲେ ।

ଠିକ୍ ଏହି ସମୟରେ ଜଣେ ଆଇଏଏସ ଅଫିସର ତାଙ୍କ ବକ୍ତବ୍ୟ ରଖିଥିଲେ । ଭାଷଣ ଆରମ୍ଭ କରିବା ବେଳେ ସ୍କୁଲ ହେଡମିଷ୍ଟ୍ରେସ୍ ଙ୍କ ଆଡକୁ ଚାହିଁ ଟିକେ ସୁଇଟ୍ ସ୍ମାଇଲ ଦେଇ କହିଥିଲେ ‘ତୁମେ ସ୍କୁଲ ହେଡମିଷ୍ଟ୍ରେସ୍ ନୁହେଁ କଲେଜର ପ୍ରିନ୍ସିପାଲ ହେବାର ଥିଲା’ । ଆଇଏଏସ ଅଫିସରଙ୍କ ଏହି କଥା ଶୁଣି ସ୍କୁଲ ଅଧ୍ୟକ୍ଷା ମଧ୍ୟ ଟିକେ ମୁରୁକି ହସି ପକାଇଥିଲେ । ତାଙ୍କୁ ବାଦ ଦେଳେ ସେଠାରେ ଉପସ୍ଥିତ ଥିବା ଅନ୍ୟ ପୁଲିସ ଅଧିକାରୀ ମଧ୍ୟ ମୁରୁକି ମୁରୁକି ହସିଥିଲେ । କିନ୍ତୁ ପରଦିନ ଆଇଏଏସ ଅଫିସରଙ୍କ ଏହି ଇଙ୍ଗିତକୁ ନେଇ ପୁଲିସ ମହଲରେ ଟୁପୁରୁଟାପୁରୁ ମାହୋଲ ଦେଖିବାକୁ ମିଳିଥିଲା । ଏହି ଇଙ୍ଗିତ କୌତୁହଳ ପରିବେଶ ସୃଷ୍ଟି କରିବା ସାଙ୍ଗକୁ ସମସ୍ତଙ୍କ ମୁହିଁରୁ ଗୋଟିଏ କଥା ବାହାରିଥିଲା ‘ସମଝଦାର କୋ ଇସାରା ହି କାଫି ହେ’ ।

Share this story

World Odia Language Conferene