ସାନ ଜିନିଷଟା ୬୦, ବଡ଼ ୨ଟା ଶହେ ଶହେ, ଦେଖନ୍ତୁ ଭିଡ଼ିଓ…

ସାନ ଜିନିଷଟା ୬୦, ବଡ଼ ୨ଟା ଶହେ ଶହେ,  ଦେଖନ୍ତୁ ଭିଡ଼ିଓ…
ସାନ ଜିନିଷଟା ୬୦, ବଡ଼ ୨ଟା ଶହେ ଶହେ,  ଦେଖନ୍ତୁ ଭିଡ଼ିଓ…

ରାସ୍ତା ଫାଙ୍କା ଥିଲା । ହାତ ଗଣତି ଗାଡ଼ି ମୋଟର ଯାଆସ କରୁଥିଲା । ରାସ୍ତା କଡ଼େ ସେ ତା ବେପାର ଜମେଇ ଦେଇଥିଲା । ତା ପାଖରେ ସମସ୍ତଙ୍କୁ ଆକର୍ଷିତ କଲା ଭଳି କିଛି ଜିନିଷ ଥିଲା । ସମସ୍ତେ ଅଟକୁ ଥିଲେ ମୂଲଚାଲ କରୁଥିଲେ । ଯାହାକୁ ସୁହେଇଲା ସେ ତାର ମଜା ନେଲା । କେହି କେହି ନିରାଶ ହେଇ ଫେରି ଯାଉଥିବାର ଦୃଶ୍ୟ ମୋତେ ଆନ୍ଦୋଳିତ କରୁଥିଲା ।

ମୁଁ ମାଡ଼ିଗଲି ଗ୍ରାହକ ହୋଇ । କିନ୍ତୁ ମୋର ବି ସମ ଦଶା । ଆରେ ଭାଇ ଇଏ କୋଉ କଥା ହୋ.. ସାନଟାକୁ ହସି ହସି କହୁଛି ୬୦ ଆଉ ବଡ଼ ୨ଟାକୁ କହୁଛି ଶହେ ଶହେ । ମନ ମାନିଲାନି ତଥାପି ଇଚ୍ଛା ପ୍ରବଳ ହେବାରୁ କହିଲି ଘରକୁ ନେଇ ପକେଇ ପାରିବି ? ମୁରୁକୁ ହସି ହଁ କଲା । ମନେ ମନେ ଭାବିଲି ଶXXX । ଛୋଟ ବୋତଲରେ ଅଳ୍ପ ତେଲ ଦେଇ ୬୦ ନଉଛି ଆଉ ବଡ଼ ବୋତଲରେ ଅଧ ଲିଟରରୁ ଅଧିକା ଦେଇ ଗୋଟାକୁ ଶହେ କହୁଛି ।

Share this story

World Odia Language Conferene