ରାଶିଫଳ: ଏହି ରାଶି ଥିବା ବ୍ୟକ୍ତିଙ୍କର ଯାତ୍ରା, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ

ରାଶିଫଳ: ଏହି ରାଶି ଥିବା ବ୍ୟକ୍ତିଙ୍କର ଯାତ୍ରା, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ
ରାଶିଫଳ: ଏହି ରାଶି ଥିବା ବ୍ୟକ୍ତିଙ୍କର ଯାତ୍ରା, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (ଜୁନ ୦୭ ତାରିଖ, ୨୦୧୯) ଶୁକ୍ରବାର ।ଆପଣଙ୍କ ଦିନଟି ମଙ୍ଗଳମୟ ହେଉ, ଜାଣନ୍ତୁ ଆଜିର ରାଶିଫଳ:

ମେଷ: ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଧର୍ମକାର୍ଯ୍ୟ ସଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ୍‌ ହୋଇପାରନ୍ତି । ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ପୂର୍ଣ୍ଣ ଫଳପ୍ରଦ ରହିବ। ଦିନଟି ଆନନ୍ଦରେ କଟିବ ।

ବୃଷ: ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପ୍ରିୟବନ୍ଧୁଟି ଧୀରେ ଧୀରେ ଆପଣଙ୍କ ନିକଟରୁ ଦୂରେଇଯାଉଥିବାର ଅନୁଭବ କରିବେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତହେବ ବ୍ୟବସାୟ ,ବାଣିଜ୍ୟ, ନିର୍ମାଣ ପାଇଁ ଦିନଟି ଭଲ ରହିବ ।

ମିଥୁନ: କୌଣସି ବ୍ୟକ୍ତି ନିକଟରେ ବାକି ରହିଥିବା ଟଙ୍କା, ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନା, ଆନୁଷ୍ଠାନିକ କାମ, ସଭା ସମିତିରେ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ ।

କର୍କଟ: ଆଜି ପାରିବାରିକ, ପ୍ରଶାସନ ଓ ଯାତ୍ରାରୁ ସୁଫଳ ପାଇବେ । ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ । ଆପଣଙ୍କ ବ୍ୟବହାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ଅର୍ଜନ କରିବ ।ଆନୁଷଙ୍ଗିକସୁଯୋଗ ପ୍ରାପ୍ତପୂର୍ବକ ଅଫିସିଆଲି କାମଗୁଡିକ ସହଜ ହେବ ।

ସିଂହ: ଅଯଥା ଖର୍ଚ୍ଚ ବଢିବ । ପରିବହନ, ଜମିଜମା, କଳକାରଖାନା ଓ ସଭାସମିତିରେ ବିବିଧ ସମସ୍ୟା ଦେଖାଦେଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ବହୁ ଶ୍ରମକରିବେ ଓ ପ୍ରଶଂସିତ ହେବେ ।

କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ କେବଳ ମନସ୍ତାପ କରିବା ବ୍ୟତୀତ ସନ୍ତୋଷ ପାଇବେ ନାହିଁ । ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ । ସଭାସମିତି, ମନୋରଞ୍ଜନାଦି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ।

ତୁଳା: ପ୍ରତ୍ୟେକ କାର୍ଯ୍ୟ ସକାଶେ ଶୁଭପ୍ରଦ ରହିବ । ଅର୍ଥନୈତିକ ଅଭିବୃଦ୍ଧି, ନୂତନ ସ୍ଥାନ ପରିଦର୍ଶନାଦିର ସୁଯୋଗ ପାଇବେ । କିନ୍ତୁ ବିଶାଖା ନକ୍ଷତ୍ର କାମ ହାସଲ ପାଇଁ ଅନ୍ୟର ସାହାଯ୍ୟ ଲୋଡିବାକୁ ବାଧ୍ୟ ହେବେ । ଯାନବାହନ ଚାଳନାରେ ସତର୍କ ରହିବା ଭଲହେବ ।

ବିଛା: କେତେକ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ପରୋକ୍ଷରେ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅପପ୍ରଚାର ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ଆବଶ୍ୟକତା ପୂରଣ ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟ ହେବେ ।

ଧନୁ: ପାରିବାରିକ ଜଞ୍ଜାଳ ସାମାନ୍ୟ ବୃଦ୍ଧି ପାଇପାରେ, ଯାହା କି ଚିନ୍ତା ବୃଦ୍ଧି କରିବ । ଗଠନମୂଳକ ପ୍ରେରଣା ଦେଇ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ନିର୍ମାଣ, ମାଲିମକଦ୍ଦମା, ବ୍ୟବସାୟ, ଯାତ୍ରା କ୍ଷେତ୍ରରେ ମଧ୍ୟମ ଧରଣର ଫଳ ପାଇବେ ।

ମକର: ନିଜ କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖାଦେବାର ଆଶଙ୍କା ରହିଛି । ଆପଣଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି । ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ରାଜନୈତିକ ସ୍ଥିତି ପ୍ରାୟତଃ ଭଲ ରହିବ ।

କୁମ୍ଭ: ପରିବାରରେ ଝଗଡା, ଯାତ୍ରାରେ ସମସ୍ୟା, ଧନହାନି ଓ ମନସ୍ତାପର କାରଣ ହୋଇପାରେ । ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂର ଯାତ୍ରା କରିବାର ସୂଚନା ରହିଛି। ବ୍ୟବସାୟ, ବାଣିଜ୍ୟ, ପରିବହନ କ୍ଷେତ୍ର ଆଜି ପାଇଁ ମାନ୍ଦା ହେବ ନାହିଁ ।

ମୀନ: ଆପଣଙ୍କର ପୂର୍ବ ବିବାଦର ସମାଧାନ ହେବା ସଙ୍ଗକୁ ଦୀର୍ଘଦିନରୁ ଲାଗି ରହିଥିବା ଟେନସନ୍‌ ମଧ୍ୟ କମିଯିବ । ଯାତ୍ରା, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ସଙ୍ଗୀତ, କଳା, କ୍ଷେତ୍ରରୁ ପ୍ରଶଂସା ପ୍ରାପ୍ତି ଘଟିବ ।

Share this story

World Odia Language Conferene