ଡିସେମ୍ବର ୧୩ ତାରିଖ (ଗୁରୁବାର), ଏହି ୪ଟି ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଭଲ ଦିନ ଟିଏ: ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ; ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ

ଡିସେମ୍ବର ୧୩ ତାରିଖ (ଗୁରୁବାର), ଏହି ୪ଟି ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଭଲ ଦିନ ଟିଏ: ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ; ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ
ଡିସେମ୍ବର ୧୩ ତାରିଖ (ଗୁରୁବାର), ଏହି ୪ଟି ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଭଲ ଦିନ ଟିଏ: ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ; ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ

ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭ ତଥା ମଙ୍ଗଳପ୍ରଦ ହେଉ, ଡିସେମ୍ବର ୧୩ ତାରିଖ, ୨୦୧୮ ମସିହା (ଗୁରୁବାର), ଜାଣନ୍ତୁ ଆଜିର ରାଶିଫଳ :

ମେଷ ରାଶି: ଆପଣଙ୍କ ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ଆୟ ବୃଦ୍ଧି ହେବ । ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ । ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ । ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ ।

ବୃଷ ରାଶି: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ । ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ । ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ । ଲେଖକଙ୍କୁ ପୁରସ୍କାର ମିଳିପାରେ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବେ ।

ମିଥୁନ ରାଶି: ସତ୍‌ସଙ୍ଗରେ ସମୟ ବିତିବ । ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ । ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ ।

କର୍କଟ ରାଶି: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ । କ୍ୟାରିୟରରେ ଆଗକୁ ବଢ଼ିବା ଲାଗି କିଛି ସୁଯୋଗ ମିଳିବ । ଛାତ୍ରଙ୍କୁ ଶୁଭ ଖବର ମିଳିବ । ସ୍ବାସ୍ଥ୍ୟରେ ସୁଧାର ହେବ । ଶୁଭରଙ୍ଗ: ଘିଅ ରଙ୍ଗ ।

ସିଂହ ରାଶି: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ । ପଡେ଼ାଶୀଙ୍କ ଠାରୁ ଭଲ ଖବର ପାଇବେ । ଆଜି ଆପଣଙ୍କୁ ଭଲ କାମ ପାଇଁ ସମ୍ମାନିତ କରାଯିବ । ରାଜନୀତି କ୍ଷେତ୍ରକୁ ଯିବା ଲାଗି ବିଚାର କରିବେ ।

କନ୍ୟା ରାଶି: ସାରାଦିନ ସ୍ଫୂର୍ତ୍ତିଶୀଳ ରହିବେ। ରାଜନୀତିରେ ସୀମା ବଢ଼ାଇବେ । ଲୋକମାନଙ୍କ ସହିତ ଘନିଷ୍ଠତା ବଢ଼ିବ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ ।

ତୁଳା ରାଶି: ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ । ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ । ବ୍ୟବସାୟରୁ ଆଶା ଠୁଁ ଅଧିକ ଲାଭ ପାଇବେ । ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ ।

ବିଛା ରାଶି: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ । ସଫଳତା ପାଇବା ଦିଗରେ ଅଗ୍ରସର ହେବେ । ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗୌରବାନ୍ବିତ ହେବେ ।

ଧନୁ ରାଶି: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । କିଛି କାମ ଆପଣଙ୍କ ଇଚ୍ଛାନୁସାରେ ହୋଇନପାରେ । ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ କଥାକୁ ମନ ଧୢାନ ଦେଇ ଶୁଣନ୍ତୁ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

ମକର ରାଶି: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବ । କୌଣସି ବ୍ୟକ୍ତିଙ୍କ ଠାରୁ କିଛି ନୂଆ କରିବାର ପ୍ରେରଣା ମିଳିବ । ପରିବାରରେ ଖୁସିର ମାହୋଲ ରହିବ । ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ ।

କୁମ୍ଭ ରାଶି: ଆପଣଙ୍କ ମନରେ ସକାରାତ୍ମକ ଊର୍ଜା ସ˚ଚାର ହେବ । କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବ˚ ସଫଳ ହେବେ । ଅଫିସରୁ ଘରକୁ ଫେରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ । ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ ।

ମୀନ ରାଶି: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ । ଯେଉଁ କାମ କରିବେ ସଫଳତା ପାଇବେ । ଓକିଲଙ୍କ ପାଇଁ ଦିନଟି ଭଲ । ଆର୍ଥିକ ଲାଭ ମିଳିବା ହେତୁ ଖୁସି ରହିବେ । ଘର ଲୋକଙ୍କ ସହିତ ଅଧିକରୁ ଅଧିକ ସମୟ ବିତେଇବେ ।

Share this story

World Odia Language Conferene