ଅତିରୁ ଇତି, ଅନୁମତି ନନେଇ ହିନସ୍ତା ହେଲେ ରମାଦେବୀ ଛାତ୍ରୀ

ଅତିରୁ ଇତି, ଅନୁମତି ନନେଇ ହିନସ୍ତା ହେଲେ ରମାଦେବୀ ଛାତ୍ରୀ
ଅତିରୁ ଇତି, ଅନୁମତି ନନେଇ ହିନସ୍ତା ହେଲେ ରମାଦେବୀ ଛାତ୍ରୀ

ଭୁବନେଶ୍ୱର: ଓଡ଼ିଆରେ ଏକ କଥା ଅଛି ଅତିରୁ ଇତି । କଥାଟି କହିବାର ତାତ୍ପର୍ଯ୍ୟ ହେଉଛି ଅଭିଭାବକ କିମ୍ବା ହଷ୍ଟେଲ କର୍ତ୍ତୃପକ୍ଷଙ୍କ କଥାକୁ ଅମାନ୍ୟ କରି ଗେଟ ବାହାରେ ଛିଡ଼ା ହେବାକୁ ପଡିଛି ଛାତ୍ରୀ ମାନଙ୍କୁ । ଏଭଳି ଘଟଣା ଓଡ଼ିଶାର କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଘଟିଛି ଖୋଦ ରାଜଧାନୀର ଏକ ମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ କ୍ୟାମ୍ପସ ମଧ୍ୟରେ ।

ଘଟଣାଟି କିଛି ଏପରି, ରମାଦେବୀ ବିଶ୍ୱବିଦ୍ୟାଳୟର ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଇଚ୍ଛା କରିଥିଲେ ପିକନିକ ବୁଲି ଯିବା ପାଇଁ । ଏଥିପାଇଁ ପିକନିକ ସ୍ପଷ୍ଟ ମଧ୍ୟ ବଛା ଗଲା । ଜାହାନିଆ ପିରକୁ ପିକନିକ ସ୍ଥିର ହେଲା । ହେଲା ଛାତ୍ରୀଙ୍କ ଏତିକି ଭୁଲ ରହିଥିଲା ଯେ, ସେମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ପିକନିକ ବୁଲି ଆସିଥିଲେ । ଫେରିବା ସମୟ ବିଳମ୍ବ ହେବାରୁ ଛାତ୍ରୀମାନେ ହଷ୍ଟେଲ ଗେଟ ୬ଟା ରେ ବନ୍ଦ ହଵା କଥା କିନ୍ତୁ ସେମାନେ ୭.୩୦ଟା ରେ କ୍ୟାମ୍ପସରେ ପହଞ୍ଚିଥିଲେ । ଫଳରେ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଛାତ୍ରୀମାନଙ୍କୁ ଭିତରକୁ ଛାଡ଼ି ନଥିଲେ ।

ଘଣ୍ଟା ଘଣ୍ଟା ଧରି ବାହାରେ ଛିଡ଼ା ହେବା ପରେ ଖବର ପାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କ ଅଭିଭାବକଙ୍କୁ ଖବର ଦେବା ପରେ ସେମାନଙ୍କୁ ହଷ୍ଟେଲ ଭିତରକୁ ଦିଆ ଯାଇଥିଲା । ହେଲେ ଏଥିପାଇଁ ପିଲାମାନଙ୍କୁ ଭୁଲ ମାଗିବାକୁ ପଡିଥିଲା ।

Share this story

World Odia Language Conferene