୫ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

୫ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି
୫ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଜି ରାଜ୍ୟର ୫ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ରାତି ସୁଦ୍ଧା ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏଥିପାଇଁ ଯେଉଁ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ସୂଚନା ଜାରି କରାଯାଇଛି ସେଗୁଡ଼ିକ ହେଉଛି କେନ୍ଦୁଝର, ଯାଜପୁର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର ।

ଅନ୍ୟପକ୍ଷରେ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ହିଟ୍‌ୱେଭ୍‌ କଣ୍ଡିସନ୍ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ସବୁ ସ୍ଥାନରେ ତାପମାତ୍ରା ଦୁଇ ତିନି ଡିଗ୍ରୀ ବୃଦ୍ଧି ପାଇବ । ସମ୍ବଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି ।

Share this story

World Odia Language Conferene