ଖାକି ବଦନାମ, ସନ୍ଦିଗ୍ଧ ଯୁବତୀଙ୍କୁ ବନ୍ଧୁକ ଦେଇ ଟହଲ ମାରିଲେ ସୁରକ୍ଷା କର୍ମୀ

ଖାକି ବଦନାମ, ସନ୍ଦିଗ୍ଧ ଯୁବତୀଙ୍କୁ ବନ୍ଧୁକ ଦେଇ ଟହଲ ମାରିଲେ ସୁରକ୍ଷା କର୍ମୀ
ଖାକି ବଦନାମ, ସନ୍ଦିଗ୍ଧ ଯୁବତୀଙ୍କୁ ବନ୍ଧୁକ ଦେଇ ଟହଲ ମାରିଲେ ସୁରକ୍ଷା କର୍ମୀ

ଭୁବନେଶ୍ୱର: ସମୟ ପ୍ରାୟ ୯.୩୦ଟା ହେବ । ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ସାଧାରଣତନ୍ତ୍ର ଦିବସ ପୁରା ଧୁମଧାମରେ ପାଳନ ସରିଥିବା ବେଳେ ଠିକ୍ ଏହି ସମୟରେ ପରେଡ଼ ସ୍ଥଳେ ଏମିତି କିଛି ଦୁର୍ଶ୍ୟ ଦେଖିବାକୁ ମିଳିଥିଲା, ଯାହା ପୁଲିସ ପୋଷାକରେ ଛିଟାର ଦାଗ ଲଗାଇଥିବା ଚର୍ଚ୍ଚା ଜୋର ଧରିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ଖାକି ବଦନାମ ହୋଇଛି । କାରଣ ଜଣେ ସନ୍ଦିଗ୍ଧ ଯୁବତୀଙ୍କୁ ବନ୍ଧୁକ ଦେଇ ଟହଲ ମାରୁଥିଲେ ସୁରକ୍ଷା କର୍ମୀ । ତାହା ପୁଣି ସେ କୌଣସି ସାଧାରଣ ବନ୍ଧୁକ ନୁହେଁ ବରଂ ଯୁବତୀଙ୍କ ହାତରେ ଥିଲା ଏକେ-୪୭ । ଯାହା ଏକ ଘାତକ ବନ୍ଧୁକ ହିସାବରେ ପୁରା ବିଶ୍ୱରେ ପରିଚିତ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସୁରକ୍ଷା କର୍ମୀ ଜଣଙ୍କ ଡ୍ୟୁଟିରେ ଥାଉ ଥାଉ କେମିତି ଜଣେ ଯୁବତୀଙ୍କୁ ଏକେ-୪୭ ଧରିବାକୁ ଦେଲେ । ଉକ୍ତ ସନ୍ଦିଗ୍ଧ ଯୁବତୀ ଜଣଙ୍କ କିଏ? କାହିଁକି ଏହି ସୁରକ୍ଷା କର୍ମୀ ଜଣଙ୍କ ଏଭଳି ଘାତକ ବନ୍ଧୁକ ଯୁବତୀଙ୍କୁ ଧରିବାକୁ ଦେଇଥିଲେ । ଯଦି ସେହି ସମୟରେ କିଛି ଅଘଟଣ ଘଟି ଥାଆନ୍ତା ତାହାଲେ ଦାୟୀ କିଏ ରହିଥାଆନ୍ତା । ତେବେ ଏହି ସୁରକ୍ଷା କର୍ମୀ ଜଣଙ୍କ କିଏ? ସୁରକ୍ଷା କର୍ମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ଉଚ୍ଚ କର୍ତୃପକ୍ଷ?

ଘଟଣାଟି ଘଟିଛି ଅତିଥିମାନଙ୍କ ପାଇଁ ହୋଇଥିବା ଷ୍ଟେଜ ଆର ପାର୍ଶ୍ୱରେ । ସିସିଟିଭି ଫୁଟେଜ ଯାଂଚ କଲେ ପୁରା ଦୁର୍ଶ୍ୟ ସାମ୍ନାକୁ ଆସିପାରିବ ବୋଲି ଦାବି ଜୋର ଧରିଛି ।

ଆଗରୁ ମଧ୍ୟ ଏମିତି ଏକ ଘଟଣା ସପ୍ତମ ବାଟାଲିୟନରେ ଘଟିସାରିଛି । ପାସିଂ ଆଉଟ୍ ପରେଡ୍ ପରେ କିଛି ବନ୍ଧୁକଧାରୀ କର୍ମଚାରୀ ସେମାନଙ୍କ ସମ୍ପର୍କୀୟଙ୍କୁ ବନ୍ଧୁକ ଦେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ଆକ୍ରୋଷର ଶିକାର ହୋଇଥିଲେ । ପରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା ।

ପୁଲିସ ସର୍ଭିସ କୋଡ୍ ଅଫ କଣ୍ଡକ୍ଟରେ ନିୟମ ରହିଛି, କୌଣସି ସୁରକ୍ଷା କର୍ମୀ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକ ନିଜ ହେଫାଜତରେ ରଖିବେ ।

Share this story

World Odia Language Conferene