ଜେଲ ଗଲେ ମହାରଥୀ

ଜେଲ ଗଲେ ମହାରଥୀ
ଜେଲ ଗଲେ ମହାରଥୀ

ଭୁବନେଶ୍ୱର: ମାଜିଷ୍ଟ୍ରେଟ ରବି ନାରାୟଣ ପତ୍ର ଓ ପୋଲିଂ ଟିମଙ୍କୁ ଗତକାଲି ରାତିରେ ଆକ୍ରମଣ କରିବା ଘଟଣାରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜେଲ ଯିବାକୁ ପଡିଛି । ଆଜି ଉକ୍ତ ଘଟଣାରେ ପିପିଲି ପୋଲିସ ମହାରଥୀଙ୍କୁ ଗିରଫ କରିଥିଲା । ତାଙ୍କୁ ପ୍ରଥମେ ପିପିଲି ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିବାରୁ ମାମଲାର ଶୁଣାଣି ପାଇଁ ତାଙ୍କୁ ପୁଣି ଭୁବନେଶ୍ୱର ଜିଲ୍ଳା ଦୌରା ଜଜ କୋର୍ଟରେ ହାଜର କରାଯାଇଥିଲା ।

ମହାରଥୀଙ୍କ ଜାମିନ ପାଇଁ ତାଙ୍କ ଆଇନଜୀବୀ କୋର୍ଟରେ ଆବେଦନ କରିଥିବା ବେଳେ ବିଚାରପତି ଏହାର ଶୁଣାଣି ୨୪ ତାରିଖକୁ ସ୍ଥଗିତ ରଖିଛନ୍ତି । ମହାରଥୀଙ୍କୁ ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଧାଗୀୟ ହାଜତକୁ ପଠାଇଦିଆଯାଇଛି । ସେ ଏବେ ଝାରପଡ଼ା ଜେଲ୍ ରେ ରହିବେ ବୋଲି ସୂଚନା ମିଳିଛି ।

Share this story

World Odia Language Conferene