ଭୁବନେଶ୍ୱର ୟୁନିଟ୍-୯ ଅଞ୍ଚଳରୁ ୨ଟି ଅଫୁଟା ବୋମା ଜବତ, ଲୋକେ ଆତଙ୍କିତ

ଭୁବନେଶ୍ୱର ୟୁନିଟ୍-୯ ଅଞ୍ଚଳରୁ ୨ଟି ଅଫୁଟା ବୋମା ଜବତ, ଲୋକେ ଆତଙ୍କିତ
ଭୁବନେଶ୍ୱର ୟୁନିଟ୍-୯ ଅଞ୍ଚଳରୁ ୨ଟି ଅଫୁଟା ବୋମା ଜବତ, ଲୋକେ ଆତଙ୍କିତ

ଭୁବନେଶ୍ୱର: ରାଜଧାନୀର ୟୁନିଟ୍-୯ ଅଞ୍ଚଳରୁ ଆଜି କମିଶନରେଟ ପୁଲିସ ଦୁଇଟି ଅଫୁଟା ବୋମା ଜବତ କରିଛି । ବୋମା ଖବର ମିଳିବା ମାତ୍ରେ ପୁରା ଅଞ୍ଚଳରେ ଅତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ କିଏ ଓ କାହିଁକି ଏପରି କରିଛି ଏବଂ ଏହି ଘଟଣାର ମାଷ୍ଟରମାଇଣ୍ଡ୍ କିଏ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।

ଭୁବନେଶ୍ୱର ୟୁନିଟ୍-୯ ଅଞ୍ଚଳରୁ ୨ଟି ଅଫୁଟା ବୋମା ଜବତ, ଲୋକେ ଆତଙ୍କିତ

ବୋମାଟି ଏକ ବ୍ୟାଗରେ ରଖାଯାଇଥିବା ପୁଲିସ କହିଛି । ଯାହାକି ୟୁନିଟ୍-୯ ଅଞ୍ଚଳର ଏକ ସରକାରୀ ହସ୍ପିଟାଲ ପରିସରରୁ ମିଳିଥିବା ଜଣାପଡିଛି । ବୋମା ରଖାଯାଇଥିବା ବ୍ୟାଗ୍ ଟି ଏକ ଡଷ୍ଟବିନ୍ ରେ ରଖାଯାଇଥିବା ପୁଲିସ ସୂଚନା ଦେଇଛି ।

ସ୍ଥାନୀୟ ପୋଲିସ ଓ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚି ୨ଟି ଅଫୁଟା ସୁତୁଲି ବୋମାକୁ ଜବତ କରିଥିଲେ । ଆଉ ୨ ଦିନ ପରେ ଭୋଟ ଗଣତି ଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ଉଦେଶ୍ୟରେ କେହି ବୋମା ରଖିଥିବା ଆଶଙ୍କା କରାଯାଉଛି ।

Share this story

World Odia Language Conferene