ପୋଲିସର ଡବଲ ଏନକାଉଣ୍ଟର, କଂଗ୍ରେସ ନେତା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ ଗୁରୁତର ଆହତ

ପୋଲିସର ଡବଲ ଏନକାଉଣ୍ଟର, କଂଗ୍ରେସ ନେତା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ ଗୁରୁତର ଆହତ
ପୋଲିସର ଡବଲ ଏନକାଉଣ୍ଟର, କଂଗ୍ରେସ ନେତା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ ଗୁରୁତର ଆହତ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥି ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଗଣେସ ନାୟକ ଓରଫ ବୁଲୁ ଓ ହୃସି ପାତ୍ରକୁ ଏନକାଉଣ୍ଟର କରି ଗୋଳନ୍ଥରା ଥାନା ଅଞ୍ଚଳରୁ କାବୁ କରିବାରେ ସଫଳ ହୋଇଛି ବ୍ରହ୍ମପୁର ଜିଲ୍ଲା ପୋଲିସର ସ୍ବତନ୍ତ୍ର ଟିମ । ଏମାନେ ଆସ୍କା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ମାଗେଜିନ, ଅଫୁଟା ଗୁଳି ସହ ଗୋଟିଏ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି ।

ସୁଚନା ମୁତାବକ, ଗତ ୨୨ ତାରିଖ ରାତି ପ୍ରାୟ ୯ଟା ୩୦ ରେ ବ୍ରହ୍ମପୁର ଲାଂଜିପଲ୍ଲୀ ଜାତୀୟ ରାଜପଥ ଠାରେ ମନୋଜ ଓ ତାଙ୍କ ସହଯୋଗୀ ଅନିଲ ସ୍ୱାଇଁ ନିଜ ଗାଡ଼ିରୁ ଓଲ୍ହାଇ ପରିସ୍ରା କରୁଥିବା ବେଳେ ୩ଟି ବାଇକରେ ୬ଜଣ ଦୁର୍ବୁତ୍ତ ମାନେ ଗୁଳି ମାଡ କରିବା ସହ ମନୋଜଙ୍କ ଗଳା କାଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।

ପରିବାର ଲୋକଙ୍କ ଅଭିଯୋଗ ମୁତାବକ ୭ ଜଣଙ୍କ ନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନେତୃତ୍ଵରେ ପୋଲିସର ୩ ସ୍ବତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ।

ଆଜି ପ୍ରାୟ ୧୧ ଟା ସମୟରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗଣେସ ଓ ହୃସିଙ୍କ ସମେତ ୩ ଜଣ ଅଭିଯୁକ୍ତ ମଟର ସାଇକେଲରେ ଯାଉଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ସେମାନଙ୍କୁ କାବୁ କରିବା ପାଇଁ ପୋଲିସ ଜାଲ ବିଛାଇ ରଖିଥିବା ବେଳେ ଗଣେସ ଓ ତାଙ୍କ ସହଯୋଗୀ ପୋଲିସ କବଳରୁ ଖସି ଯିବାକୁ ଉଦ୍ୟମ କରିଥିଲା ।

ପୋଲିସ ସେମାନଙ୍କ ପିଛା କରିବାରୁ ଦୁର୍ବୃତ୍ତ ମାନେ ପୋଲିସ ଉପରକୁ ଗୁଳି ମାଡ କରିଥିଲେ । ପୋଲିସର ପଲଟା ଗୁଳି ମାଡରେ ଗଣେଶ ଓ ହୃସି ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ଅଭିଯୁକ୍ତ ଖସି ଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ନାମରେ ପୁର୍ବରୁ ହତ୍ୟା ଅଭିଯୋଗ ଥିବା ପୋଲିସ ସୁଚନା ଦେଇଛି ।

Share this story

World Odia Language Conferene