ଓଡ଼ିଶାରେ ବାତ୍ୟା ‘ଫନି’ କ୍ଷୟକ୍ଷତିର ସମୀକ୍ଷା କଲେ ମୋଦି, ୱେଲ ପ୍ଲାନିଂ ପାଇଁ ନବୀନଙ୍କୁ ପ୍ରଶଂସାରେ ପୋତି ପକେଇଲେ

ଓଡ଼ିଶାରେ ବାତ୍ୟା ‘ଫନି’ କ୍ଷୟକ୍ଷତିର ସମୀକ୍ଷା କଲେ ମୋଦି, ୱେଲ ପ୍ଲାନିଂ ପାଇଁ ନବୀନଙ୍କୁ ପ୍ରଶଂସାରେ ପୋତି ପକେଇଲେ
ଓଡ଼ିଶାରେ ବାତ୍ୟା ‘ଫନି’ କ୍ଷୟକ୍ଷତିର ସମୀକ୍ଷା କଲେ ମୋଦି, ୱେଲ ପ୍ଲାନିଂ ପାଇଁ ନବୀନଙ୍କୁ ପ୍ରଶଂସାରେ ପୋତି ପକେଇଲେ

ଭୁବନେଶ୍ୱର: ବାତ୍ୟା ‘ଫନି’ର ତାଣ୍ଡବ ଓଡ଼ିଶାକୁ ଗ୍ରାସିବା ପରେ ଏବେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନ ଅଧିକ ମାତ୍ରାରେ କ୍ଷୟକ୍ଷତି ହୋଇଛି । ତେବେ ଏହାର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସିଛନ୍ତି । ଆକାଶ ମାର୍ଗରୁ ଶ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୁଲି ଦେଖିବା ସହ ରାଜ୍ୟରେ ଭେରି ମିନିମମ୍ କାଜ୍ୟାଲିଟି ପାଇଁ ରାଜ୍ୟ ସରକାରଙ୍କ ଭରପୁର ପ୍ରଶଂସା କରିଛନ୍ତି ।

ରାଜ୍ୟ ସରକାରଙ୍କ ୱେଲ ପ୍ଲାନିଂ ଓ ସୁପରଭିଜନ୍ ପାଇଁ ସେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକେଇଛନ୍ତି । ବାତ୍ୟା ଆସିବା ପୂର୍ବରୁ ରାଜ୍ୟ ସରକାର ଓ ତାର ପ୍ରଶାସନିକ ଅଧିକାରୀମାନେ ନିଜ ଦାୟିତ୍ୱ ଭଲ ଭାବେ ସମ୍ପାଦନ କରିବା ସହ ପାଖାପାଖି ୧୦ଲକ୍ଷ ଲୋକଙ୍କୁ ୫ହଜାର ବାତ୍ୟା ଆଶ୍ରୟସ୍ଥଳକୁ ସ୍ତାନାନ୍ତର କରିଥିଲେ । ଫଳରେ ବହୁ ଜୀବନ ସୁରକ୍ଷିତ ରହିପାରିଛି ।

ଓଡ଼ିଶାରେ ବାତ୍ୟା ‘ଫନି’ କ୍ଷୟକ୍ଷତିର ସମୀକ୍ଷା କଲେ ମୋଦି, ୱେଲ ପ୍ଲାନିଂ ପାଇଁ ନବୀନଙ୍କୁ ପ୍ରଶଂସାରେ ପୋତି ପକେଇଲେ

ରିପୋର୍ଟ ଅନୁଯାୟୀ ଏହି ବାତ୍ୟାରେ ପାଖାପାଖି ୩୦ ଜଣ ପ୍ରାଣ ହରାଇଛନ୍ତି । ହେଲେ ପୁରୀ, ଭୁବନେଶ୍ୱର ଓ ଅନ୍ୟ ସ୍ଥାନମାନଙ୍କରେ ‘ଫନି’ ବିଭୀଷିକା ଦେଖିବାକୁ ମିଳିଛି । ଯାହା ଫଳରେ ବହୁ ସମ୍ପତ୍ତି ନଷ୍ଟ ହୋଇଛି । ଶତାଧିକ ଗଛ ଭାଙ୍ଗିଯିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି । ବହୁ ସ୍ଥାନରେ ଏବେବି ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ । ଲୋକେ ଗରମରେ ଛଟପଟ ହେଉଥିବା ଦେଖାଦେଇଛି ।

ତେଣୁ ଖୁବ୍ ଶୀଘ୍ର ଏହି ସବୁ ସ୍ଥାନଗୁଡିକରେ ସବୁ ପ୍ରକାରର ସମସ୍ୟାକୁ ମୁକାବିଲା କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟକୁ ପୁର୍ବରୁ କେନ୍ଦ୍ର ପକ୍ଷରୁ ୩୮୦ କୋଟି ଟଙ୍କା ସାହାଯ୍ୟ ରାଶି ମିଳିଥିବା ବେଳେ ବାତ୍ୟା କ୍ଷୟକ୍ଷତିକୁ ପୂର୍ଣ୍ଣଅବସ୍ଥାକୁ ଆଣିବା ପାଇଁ କେନ୍ଦ୍ର ଆହୁରୀ ଅଧିକ ୧ହଜାର କୋଟି ଟଙ୍କା ରାଜ୍ୟକୁ ଦେଇଥିବା ସୂଚନା ମିଳିଛି ।

ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟ ଶାସନ ଶଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମୁଖ୍ୟ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତାମାନେ ବିମାନ ବନ୍ଦରରେ ଉପସ୍ଥିତ ରହି ମୋଦିଙ୍କୁ ସାକ୍ଷାତ କରିଥିଲେ ।

Share this story

World Odia Language Conferene