ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଜେଇଇ (ଆଡଭାନ୍ସ) ପରୀକ୍ଷା ଅନଲାଇନ୍ ପଞ୍ଜୀକରଣ ତାରିଖକୁ ମେ’ ୧୪ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର

ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଜେଇଇ (ଆଡଭାନ୍ସ) ପରୀକ୍ଷା ଅନଲାଇନ୍ ପଞ୍ଜୀକରଣ ତାରିଖକୁ ମେ’ ୧୪ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର
ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଜେଇଇ (ଆଡଭାନ୍ସ) ପରୀକ୍ଷା ଅନଲାଇନ୍ ପଞ୍ଜୀକରଣ ତାରିଖକୁ ମେ’ ୧୪ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର

ଭୁବନେଶ୍ୱର: ଜେଇଇ (ମେନ) ପରୀକ୍ଷା-୨୦୧୯ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ପାଇଁ ଏବେ ଖୁସିଖବର । ଜେଇଇ (ମେନ) ପରୀକ୍ଷା-୨୦୧୯ କର୍ତ୍ତୃପକ୍ଷଙ୍କ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ (ମେନ) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇଆଇଟିରେ ନାମ ଲେଖାଇବା ନିମନ୍ତେ ଜେଇଇ (ଆଡଭାନ୍ସ) ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନେ ଜେଇଇ (ଆଡଭାନ୍ସ) ସାଇଟରେ ମେ’ ୩ ତାରିଖରୁ ମେ’ ୯ ତାରିଖ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ନିଜ ନାମ ପଞ୍ଜୀକୃତ କରିବା ଆବଶ୍ୟକ ଅଟେ ।

କିନ୍ତୁ ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ଦ୍ୱାରା ରାଜ୍ୟର ଇଣ୍ଟରନେଟ ପ୍ରଣାଳୀ ଓ ବିଦ୍ୟୁତ ସରବରାହ ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇଥିବା ଦୃଷ୍ଟିରୁ ରାଜ୍ୟର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଇଇ (ଆଡଭାନ୍ସ) ପରୀକ୍ଷା ପାଇଁ ନାମ ପଞ୍ଜୀକରଣ ତାରିଖକୁ ବଢ଼ାଇବା ପାଇଁ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ।
ଉପରୋକ୍ତ ପ୍ରସ୍ତାବକୁ ଭାରତ ସରକାର ଗ୍ରହଣ କରି ଜେଇଇ (ଆଡଭାନ୍ସ) ପରୀକ୍ଷା ପାଇଁ ଅନଲାଇନ୍ ପଞ୍ଜୀକରଣ ତାରିଖକୁ ମେ’ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଏଥିବ୍ୟତିତ, ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନଙ୍କ ଅନଲାଇନ୍ ପଞ୍ଜୀକରଣର ସୁବିଧା ନିମନ୍ତେ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ଏକ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଅଛି । ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ (ଆଡଭାନ୍ସ) ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ଉପରୋକ୍ତ ସୁଯୋଗ ଉପଲବ୍ଧି କରି ସେମାନଙ୍କ ନାମ ଅନଲାଇନ୍ ରେ କିମ୍ବା ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସର ଧାର୍ଯ୍ୟ କାଉଣ୍ଟରରେ ପଞ୍ଜୀକରଣ କରିପାରିବେ ।

Share this story

World Odia Language Conferene