Whatsapp ରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ବାରମ୍ବାର ହତ୍ୟା ଧମକ ଦେଇ ଜଣେ ଗିରଫ, ଜାଣନ୍ତୁ ସମ୍ପୂର୍ଣ ଖବର

Whatsapp ରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ବାରମ୍ବାର ହତ୍ୟା ଧମକ ଦେଇ ଜଣେ ଗିରଫ, ଜାଣନ୍ତୁ ସମ୍ପୂର୍ଣ ଖବର
Whatsapp ରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ବାରମ୍ବାର ହତ୍ୟା ଧମକ ଦେଇ ଜଣେ ଗିରଫ, ଜାଣନ୍ତୁ ସମ୍ପୂର୍ଣ ଖବର

ଭୁବନେଶ୍ୱର: କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣାରେ କମିଶନରେଟ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗୁଜୁରାଟରୁ ସ୍ପେଶାଲ ସ୍କ୍ୱାଡ଼ ଅଭିଯୁକ୍ତକୁ କାବୁ କରିଛି । ସେ ଜଣେ ରାଜମିସ୍ତ୍ରୀ ବୋଲି ସୂଚନା ମିଳିଛି । କଟକ ଝାଞ୍ଜିରମଙ୍ଗଳା ଅଞ୍ଚଳରେ ସେ ଭଡା ଘର ନେଇ ରହୁଥିଲା ।

Whatsappରେ ଅନୁଭବଙ୍କୁ ବାରମ୍ବାର ଧମକ ପୂର୍ଣ୍ଣ ମେସେଜ ଦେବାପରେ ସେ ଭୟଭୀତ ହୋଇ ଗୁଜୁରାଟ ଚାଲିଯାଇଥିଲା । ପୋଲିସ ତାକୁ କାବୁ କରିବା ପରେ ଅଧିକ ପଚରାଉଚରା କରୁଛି । ସୂଚନାଯୋଗ୍ୟ, ଅନୁଭବଙ୍କୁ ମେସେଜ ଯୋଗେ ୧୦ ଲକ୍ଷ ଟଙ୍କା ବଟି ଓ ହତ୍ୟା ଧମକ ଦିଆଯାଇଥିଲା । ଏ ନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ।

Share this story

World Odia Language Conferene