ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପାଇଁ ପୁରା ଦେଶ ବଦନାମ, ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଭିଡ଼ିଓ ପାକିସ୍ତାନ ଟିଭିରେ ହେଲା ପ୍ରସାରଣ

ଭୁବନେଶ୍ୱର: ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପାଇଁ ଏବେ ପୁରା ଦେଶ ବଦନାମ ହୋଇଛି । ଏହା ଆମେ କହୁନୁ ବରଂ ଭାରତକୁ ଛାଡି ପାକିସ୍ତାନର ଗଣମାଧ୍ୟମ ଟିଭି ଚ୍ୟାନେଲ ଏକ ଭିଡ଼ିଓ ଚଲାଉଛନ୍ତି ଯାହା ବିଧାୟକଙ୍କୁ ଅଡୁଆରେ ପକାଇଛି । ଓଡ଼ିଶାରେ ଦେବାଶିଷଙ୍କ ବିରୋଧରେ ରାଜନେତା ଠାରୁ ଆରମ୍ଭ କରି ପୁରା ରାଜ୍ୟବାସୀ ଏବେ ରାଗରେ ଜଳୁଥିବା ଦେଖାଦେଇଛି ।

ଘଟଣା ଏହାକି ଯେ, କିଛି ଦିନ ତଳେ ବିଧାୟକ ଭିଆଇଥିବା ଏକ ଭିଡ଼ିଓକୁ ବିରୋଧୀମାନେ ରାଜ୍ୟରେ ସ୍ୱର ଉଠାଇଥିଲେ । ସେହି ଭିଡ଼ିଓରେ ବିଧାୟକ ଦେବାଶିଷ ସାମନ୍ତରାୟ ପୁଲୱାମାରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଦାଦାକୁ ସେ ତଣ୍ଟିଆ ମିରିଥିଲେ । ଏହି ଭିଡ଼ିଓ ଭାଇରାଲ ହେବା ପରେ ସମସ୍ତ ମହଲରୁ ନିନ୍ଦା କରାଯାଇଥିଲା । ଖାଲି ଏତିକି ନୁହେଁ ଏହି ଘଟଣାର ଅନୁତାପ କରି ଦେବାଶିଷ ଯବାନ ଓ ରାଜବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ପୁଲୱାମା ଆକ୍ରମଣକୁ ନେଇ ଗୋଟିଏ ପଟେ ଦେଶବାସୀଙ୍କ ଭିତରେ ପ୍ରତିଶୋଧର ଜ୍ୱାଳା ଜାଗି ଉଠିଥିବା ବେଳେ ଏହି ଲଜ୍ଜାଜନକ ଭିଡ଼ିଓ ଏବେ ପାକିସ୍ତାନ ଗଣମାଧ୍ୟମ ଟିଭି ଚ୍ୟାନେଲରେ ଘନ ଘନ ଚାଲିବା ପୁରା ଦେଶକୁ ବଦନାମର ବୋଝ ମୁଣ୍ଡାଇବାକୁ ପଡିଛି । ଏହି ଭିଡ଼ିଓରେ ବିଧାୟକ କିଭଳି ସହିଦଙ୍କ ଦାଦାଙ୍କୁ ଅସମ୍ମାନ କରୁଛନ୍ତି ତାହା ହିଁ ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ତାନୀ ଗଣମାଧ୍ୟମ ।

ତାଙ୍କ ନିର୍ବାଚନମଣ୍ଡଳୀର ଲୋକମାନେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Share this story

World Odia Language Conferene