ଭାରତ ବନ୍ଦ ସନ୍ଧ୍ୟାରେ ରାଜଧାନୀର ରହସ୍ୟ: ତେଲ ମିଳିଲାନି ମଦ ମିଳିଲା, ଦେଖନ୍ତୁ ଭିଡ଼ିଓ…

ଭାରତ ବନ୍ଦ ସନ୍ଧ୍ୟାରେ ରାଜଧାନୀର ରହସ୍ୟ: ତେଲ ମିଳିଲାନି ମଦ ମିଳିଲା, ଦେଖନ୍ତୁ ଭିଡ଼ିଓ…
ଭାରତ ବନ୍ଦ ସନ୍ଧ୍ୟାରେ ରାଜଧାନୀର ରହସ୍ୟ: ତେଲ ମିଳିଲାନି ମଦ ମିଳିଲା, ଦେଖନ୍ତୁ ଭିଡ଼ିଓ…

(ସୌଜନ୍ୟ- ରାମକୃଷ୍ଣ ଡାକୁଆ)

ଶୀର୍ଷକଟି ହୁଏତ ଆପଣଙ୍କୁ ଟିକେ ଅଖାଡୁଆ ଲାଗିଥିବ । ଲାଗିଲାନି, ଲାଗିଥିବ । ବିବାଦ ହେଲେ ଅଭିବ୍ୟକ୍ତିର  ଉଦାହରଣ ଦେଇଦେବି । ଏବେ ଆସିବା ପ୍ରସଙ୍ଗକୁ ବହୁତ ଦିନ ପରେ ବ୍ଲଗ ଲେଖୁଥିବାରୁ ମୁ ଉତ୍ସାହିତ ହେବା ବି ସ୍ବଭାବିକ । କାହିଁକି ନା ବଡ଼ ଦିନର ବ୍ୟବଧାନ ପରେ ମୁ ରାଜଧାନୀ ଫେରିଛି । ଆଜି କିନ୍ତୁ ଏମିତି କିଛି ଚିତ୍ର ଅଚାନକ ମୋ ସାମ୍ନାକୁ ଆସିଗଲା ଯାହା ମୋତେ ଏହି ଲେଖା ଲେଖିବାକୁ ଆଗ୍ରହ ଜନ୍ମାଇଲା ।

କଥା କ’ଣ କି ଆଜି ଭାରତ ବନ୍ଦ ଥିଲା । କାଲି ବି ବନ୍ଦ ଅଛି । ପ୍ରିୟାର ରାଜଧାନୀ ଦିଲ୍ଲୀ ଭଳି ମୋ ରାଜଧାନୀ ଭୁବନେଶ୍ବରରେ ବି ଆଜି ଏହାର ପ୍ରଭାବ ପଡ଼ିଥିଲା । ଦିନ  ସାରା ରାସ୍ତା ଘାଟ ଖାଲି । ବିଶେଷ କିଛି ଅପ୍ରିତିକର ପରିସ୍ଥିତି ଉପୁଜିନାହିଁ । ସନ୍ଧ୍ୟାରେ ବାହାରିଲି ସହର ବୁଲି । ଗାଡ଼ିରେ ତେଲ କମ୍ ଥିଲା ତଥାପି ବାହାରି ଗଲି ବୀର ଦର୍ପରେ ।ଆଶଙ୍କା ତ ଥିଲା ତେଲ ଟାଙ୍କି ବନ୍ଦ ରହିଥିବ କାଳେ ସନ୍ଧ୍ୟାରେ ସ୍ଥିତିରେ ସୁଧାର ଆସିବ ଭାବି ରାଜଧାନୀ ରାଜରାସ୍ତାରେ ଘେରାଏ ବୁଲି ଆସିଲି । ଜୟଦେବ ବିହାରରୁ ପଟିଆ ଆଡ଼କୁ ଦେଖିଲେ ଗୋଟିଏ ପେଟ୍ରୋଲ ପମ୍ପ ନିକଟରେ ପ୍ରବଳ ଭିଡ଼ । ମନ ଖୁସି ହୋଇଗଲା । ଭାବିଲି ଯାହା ହେଉ ବାହାରକୁ ଆସିବାର କିଛି ତ ଲାଭ ହେଲା । ପେଟ୍ରୋଲ ପମ୍ପ ପ୍ରଶାସନର ଏ ନିଷ୍ଠା ଦେଖି ଖୁସି ହେଲି । କିନ୍ତୁ ସେମାନଙ୍କ ଉପରେ ବିରକ୍ତି ହେବାର କାରଣ ବି ଯଥେଷ୍ଟ ଥିଲା । ଭିଡ଼ ଅଧିକ ହେଉଥିଲା ସିନା ପମ୍ପ ଖୋଲୁନଥିଲା । ୟା ଭିତରେ ଭିଡ଼ ବି ଅଧିକ ହେବାକୁ ଲାଗୁଥାଏ ।

ଆସନ୍ତାକାଲି ଅଫ ଥିବାରୁ ଅଧିକ ଅଟକି ଗଲି । କେହି କେହି ବିରକ୍ତି ହୋଇ ପଳାଇ ଯାଉଥିଲେ । କିଛି ସମୟ ପରେ ଅନ୍ୟ ଜଣେ ବାଇକ ଚାଳକ ଆସି ଯେଉଁ କଥା କହିଲେ ତାହା ବି ଶୁଣିବାର କଥା । କଥା କ’ଣ କି ପୋଲିସ କହିଛି ନିଜ ରିକ୍ସିରେ ପେଟ୍ରୋଲ ପମ୍ପ ଖୋଲ ଆମେ ରିକ୍ସି ନେବୁନି । ଆଛା କଥା ତା ହେଲେ ଏଇଠି । ବିଚରା ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପ୍ରତି ମୁ ଅଯଥା ଚିଡୁଥିଲି । ହଉ ହେଲା ସେମାନଙ୍କ ଧନ ଜୀବନର କଥା, ଆପେ ବଞ୍ଚିଲେ ବାପାର ନା ଭାବି ହୁଏତ ସେମାନେ ଠିକ୍ କରିଛନ୍ତି ଭାବି ଉଦାସ ମନରେ ଘରକୁ ଫେରିଲି । କିନ୍ତୁ ଭାବିଲି ଦୁଇ ଜଣ ପୋଲିସ କର୍ମୀଙ୍କୁ ଡିୟୁଟିରେ ଲଗାଇ ପେଟ୍ରୋଲ ପମ୍ପ ଖୋଲା ଯାଇପାରନ୍ତା । ଏ ଚେଷ୍ଟା ଉଭୟ ପଟୁ ହୋଇପାରିଥାନ୍ତା ବୋଲି ମନକୁ ଆସିଲା ।

ଘରକୁ ଫେରିବା ବାଟରେ ପରିଚିତ ଦୃଶ୍ୟ ସହ ସାମ୍ନା ହେଲା । ଦେଖିଲି ସବୁଦିନ ଭଳି ଚିହ୍ନା ମଦ ଦୋକାନରେ ପ୍ରବଳ ଗହଳି । ସତେ ଯେମିତି ଭାରତ ବନ୍ଦ ଡାକରା ଦେଇଥିବା ସଂଗଠନ ଏବଂ ସମର୍ଥନ ଦେଇଥିବା ଅନ୍ୟ ସଂଗଠନ ମାନେ ମଦ ଦୋକାନୀ ସଂଗଠନର ସମର୍ଥନ ଲୋଡ଼ି ନାହାନ୍ତି ଅଥବା ମଦ ଦୋକାନୀଙ୍କ ସେମାନଙ୍କୁ ଡର ନାହିଁ । ନଚେତ କିଏ କଣ କରିବ ଭାବିକି ବେପାର ଖୋଲି ଦେଇଥିଲେ । କିଛି ସମୟ ଅଟକି ଗଲି । ଗ୍ରାହକ ହୋଇ ଗଲି ସିନା ଗହଳିରେ ମଦ କିଣିବା ଛଡ଼ା ପ୍ରଶ୍ନ କରିବାର ଅବକାସ ଦେଲା ନାହିଁ ମୋ ଭଳି ପାଖାପାଖି ୫୦ ଜଣିଆ ଭିଡ଼ । ଛୋଟ ଦୋକାନ ଦେଶୀ ବିଦେଶୀ ବ୍ରାଣ୍ଡର ମଦ କିନ୍ତୁ ଭରପୁର । ମୁ ବି ଉତ୍ତର ପ୍ରଦେଶର ଏକ ପ୍ରସିଦ୍ଧ ମଦ କାରାଖାନାରୁ ପ୍ରସ୍ତୁତ ମଦ ନେଇ ଆସିଲି । କିଛି ପ୍ଲାନ ନଥିଲା ତଥାପି ନେଇ ଆସିଲି । ଆଉ ମନକୁ ମନ ଦି ପଦିଆ ଶବ୍ଦ ଗୁଣୁଗୁଣେଇଲି । ଭାଇ ଇଏ ପରା ରାଜଧାନୀ ଆଜି ଦିନରେ ତେଲ ମିଳିଲାନି ସିନା ମଦ ମିଳିଲା । କିନ୍ତୁ ଦୁଃଖ ଏତିକି ପୋଲିସ ଓ ପେଟ୍ରୋଲ ପମ୍ପ ମାଲିକ ଆଗ୍ରହ ପ୍ରକାଶ କରିଥିଲେ କିଛି ବାଇକ ଚାଳକ ଖୁସିରେ ଘରକୁ ଫେରିପାରିଥାନ୍ତେ । କାଲି ବି ବନ୍ଦ । ଦେଖିବା କାଲି ତେଲ ମହଙ୍ଗା ହେଉଛି ନା ମଦ ଶସ୍ତା ହେଉଛି । ଗାଡ଼ି ଚାଳକଙ୍କୁ ଅନିରୋଧ କାଲି  ‘ମୋ  ସାଇକେଲ’ ଚଲାଇ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତୁ । ଯୋଗାଡ଼ କରିପାରିଲେ ଆପଣଙ୍କ ଯାତ୍ରା ଶୁଭମୟ ହେବ ।

Share this story

World Odia Language Conferene