ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବେ ନବୀନ !

ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବେ ନବୀନ !
ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବେ ନବୀନ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ପଶ୍ଚିମ-ଓଡିଶାରୁ ନିର୍ବାଚନ ଲଢିବେ ବୋଲି ରାଜନୈତିକ ମାହଲରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଏନେଇ କିଛି ସ୍ପଷ୍ଟ କରିନଥିବା ବେଳେ ନିର୍ବାଚନ ଲଢିବା ପ୍ରସ୍ତାବକୁ ବିଚାର କରିବେ ବୋଲି କହିଛନ୍ତି ।

ନିର୍ବାଚନ ତାରିଖ ପାଖେଇ ଆସିଥିବାରୁ ନବୀନ ନିବାସରରେ ଶହ ଶହ ନେତାଙ୍କ ଭିଡ ଦେଖିବାକୁ ମିଳୁଛି । ଆଜି ନବୀନ ନିବାସରେ ପଶ୍ଚିମ ଓଡିିଶାର ନେତା ନବ ଦାସ, କିଶୋର ମହାନ୍ତି, ସଞ୍ଜୀବ ସାହୁ, ରାଜେନ୍ଦ୍ର ଢୋଲକିଆ ଆଦି ନେତାଙ୍କ ସମେତ ପଦ୍ମଶ୍ରୀ ହଳଧର ନାଗ ମଧ୍ୟ ନବୀନ ନିବାସରେ ଉପସ୍ଥିତ ରହିଛନ୍ତି । ବରିଷ୍ଠ ନେତା ଦେବେଶ ଆଚାର୍ଯ୍ୟ, ସୁବ୍ରତ ତରାଇ ଓ ରୋହିତ ପୂଜାରୀ ବି ଉପସ୍ଥିତ ଥିବାର ଜଣାପଡିଛି ।

ତେବେ ପଶ୍ଚିମ ଓଡ଼ିଶା ନେତା, ଚାଷୀ, ମହିଳା ଓ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଶ୍ଚିମ ଓଡିଶାରେ ଲଢିବାକୁ ଅନୁରୋଧ କରିଛନ୍ତି । ନେତାଙ୍କ ଅନୁରୋଧ ରକ୍ଷା କରି ନିର୍ବାଚନ ଲଢିବା ପ୍ରସ୍ତାବକୁ ବିଚାର କରିବା ପାଇଁ ନବୀନ ମତ ଦେଇଛନ୍ତି ।
ବିଜେଡି ରାଜନୀତି ଆରମ୍ଭ କରିବା ପରଠାରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ଲଗାତାର ୪ଥର ଲଢ଼ି ବିଜୟୀ ହୋଇ ଆସୁଛନ୍ତି ନବୀନ । କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ସେ କେଉଁ ସ୍ଥାନରୁ ଲଢ଼ିବେ ତାହା ସସପେନ୍ସରେ ରହିଛି ।

Share this story

World Odia Language Conferene