ଏମିତି ବି ହୁଏ ! ଗଧ ନୁହନ୍ତି ମୋଦି

ଏମିତି ବି ହୁଏ ! ଗଧ ନୁହନ୍ତି ମୋଦି
ଏମିତି ବି ହୁଏ ! ଗଧ ନୁହନ୍ତି ମୋଦି

ଭାଇ ଓ ଭଉଣୀମାନେ ପ୍ରଥମରୁ ଦି ଧାଡ଼ି, ଦେହକୁ ନେବେନି । ଆଶା ଶୀର୍ଷକଟି ଶଙ୍ଖୁଆ ବାହିନୀକୁ ବୋବାଲ ଲାଗିଥିବ । କଂଗ୍ରେସିଆକୁ କୁତୁ କୁତୁ । ପଦ୍ମ ଦଳିଆ କିନ୍ତୁ ପେଁ ପେଁ ରଡି ଛାଡୁଥିବେ ବୋଲି ଆଶଙ୍କା । କଥା କ’ଣ କି ନିର୍ବାଚନ ମୁଣ୍ଡ ଉପରେ । ଏ ସମୟରେ ସୋସିଆଲ ମିଡିଆରେ ସମାଲୋଚକ ଦାୟିତ୍ବ ସମ୍ଭାଳୁଥିବା ବ୍ୟକ୍ତି ବିଶେଷଙ୍କ ମୁଣ୍ଡ ଆଉ ତୁଣ୍ଡ କାମ କରୁନି । ମୁଣ୍ଡକୁ ଯାହା ଆସିଲା ଲେଖିଲେ ଯାହା ଭାବିଲେ ଗାଇଲେ । କିଛି କିଛି ତ ଅର୍ଥକୁ ଅନର୍ଥ କରିବାକୁ ବି ପଛାଉ ନାହାନ୍ତି ।

ଏବେ ସୋସିଆଲ ମିଡିଆରେ ଏମିତି ଏକ ଚିତ୍ର ଘୁରି ବୁଲୁଛି ଯାହାକୁ ନେଇ ଚର୍ଚ୍ଚା, ଆଲୋଚନା ଓ ସମାଲୋଚନା ହେଉଛି । ଆପଣ କେବେ ନିଜ ଛାଇ କୁ ଦେଖିଛନ୍ତି ? ଦେଖିଥିବେ ନିଶ୍ଚୟ । କିଞ୍ଚିତ ସମାନତା ଥିବ ନିଶ୍ଚୟ । ବୋଧେ ଏହାକୁ ସତ ଭାବି ଦେଇ କେହି ଜଣେ ପ୍ରଧାନସେବକ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଏକ ଚିତ୍ରକୁ ବିକୃତ କରିବା ପାଇଁ ହିନ ପ୍ରୟାସ କରିଛନ୍ତି । ଆଉ ଉକ୍ତ ସ୍ଥିର ଚିତ୍ରଟି ଫେସବୁକରେ ଘୁରି ବୁଲୁଛି । ଚିତ୍ରରେ ଦର୍ଶାଯାଇଛି ଯେ, ମୋଦି ଙ୍କ ଛାଇ ଦେଖିବାକୁ ଗଧ ଭଳି । ଆରେ ଫୋଟ ସପ୍ ଜଣା ବୋଲି କିଛି ବି ! ମତଲବ ୟାର ୟେ ତୋ ହଦ୍ ହି ହୋ ଗୟା ! ଏସା କୋଇ କରତା ହେ କ୍ୟା ?

Share this story

World Odia Language Conferene