ବିଜେପିରେ ଯୋଗଦେଲେ ବିଧାୟକ ପ୍ରକାଶ

ବିଜେପିରେ ଯୋଗଦେଲେ ବିଧାୟକ ପ୍ରକାଶ
ବିଜେପିରେ ଯୋଗଦେଲେ ବିଧାୟକ ପ୍ରକାଶ

ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । ଆଜି ଦିଲ୍ଲୀ ମୁଖ୍ୟକାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୋଗ ଦେଲେ । ଗତକାଲି ଶ୍ରୀ ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ପ୍ରକାଶ ବେହେରା ବିଜେପିରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା ସୂଚନା ଦେଇଛନ୍ତି ପ୍ରକାଶ । ଓଡିଶାରେ ମଧ୍ୟ ରାଜନୈତିକ ପରିବର୍ତନ ଖୁବଶୀଘ୍ର ହେବ ବୋଲି କହିଛନ୍ତି ପ୍ରକାଶ ।

Share this story

World Odia Language Conferene