ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ
ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ଭୁବନେଶ୍ୱର: ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ବ୍ରହ୍ମପୁର ଅତିରିକ୍ତ ଦୌରା ଜଜ କୋର୍ଟ ସବ୍ୟସାଚୀଙ୍କ ଠାରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । କୋର୍ଟ ତାଙ୍କ ରାୟରେ ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜରିମାନା ଦେବା ପାଇଁ ମଧ୍ୟ ଶୁଣାଣିରେ ଉଲ୍ଲେଖ କରିଛନ୍ତି ।

ବ୍ରହ୍ମପୁର ଏଡିଜେ-୧ ସଞ୍ଜୟ ସାହୁ ଏହି ରାୟ ଶୁଣାଇଛନ୍ତି । ଏନେଇ ସରକାରୀ ଓକିଲ ଜ୍ଞାନେନ୍ଦ୍ର ଜେନା ସୂଚନା ଦେଇ କହିଛନ୍ତି,“ ଆଇପିସି ଧାରା ୧୨୧ ଅନୁସାରେ ସବ୍ୟସାଚୀଙ୍କୁ ଆଜୀବନ ସଜା ହୋଇଛି । ଆଇପିସି ଧାରା ୧୨୧- ଦେଶଦ୍ରୋହ ଅପରାଧରେ ଏହି ଦଣ୍ଡାଦେଶ ଦିଆଯାଇଛି।”

ତେବେ ଏହି କାରାଦଣ୍ଡାଦେଶ ଉପରେ ଆମେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ସବ୍ୟସାଚୀଙ୍କ ଓକିଲ ।

ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସବ୍ୟସାଚୀ ୨୦୧୪ ଜୁଲାଇରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ଗିରଫ ସମୟରେ ତାଙ୍କ ନିକଟରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ବ୍ରହ୍ମପୁର ପୋଲିସ ।

Share this story

World Odia Language Conferene