ବଙ୍ଗୋପସାଗରରେ ପୁଣି ଲଘୁଚାପ ଘନିଭୂତ, ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ବଙ୍ଗୋପସାଗରରେ ପୁଣି ଲଘୁଚାପ ଘନିଭୂତ, ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା
ବଙ୍ଗୋପସାଗରରେ ପୁଣି ଲଘୁଚାପ ଘନିଭୂତ, ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଏକ ଅପରଏୟାର ୱେଷ୍ଟର୍ଲି ଟ୍ରଫ ଓଡ଼ିଶା ଏବଂ ପଶ୍ଚିମବଂଗ ଉପକୂଳ ଆଡ଼କୁ ଗତି କରୁଥିବା ହେତୁ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଜିଲ୍ଲାରେ ମଙ୍ଗଳବାର ରାତିଠାରୁ ଘଡ଼ଘଡ଼ି ସହ ସାମାନ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ୟୁନିଭର୍ସିଟିର ପରିବେଶ୍ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଦର୍ଶାଯାଇଛି ଯେ କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ବରଗଡ, ବଲାଙ୍ଗିର, ବୋୖଦ୍ଧ ଏବଂ ସୋନପୁରରେ ବର୍ଷା ହେବାର ସମ୍ଭାବନା ରହିଛି ।

ବୁଲେଟିନରେ ଆହୁରି ମଧ୍ୟ କୁହାଯାଇଛି ଦକ୍ଷଣି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୭୨ ଘଂଟା ମଧ୍ୟରେ ଘନୀଭୂତ ହେବ ଏବଂ ଏହା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ମୁହାଁଇବ ।

ଉପକୂଳ ଅତିକ୍ରମ କରିବା ପରେ ଏହା ଓଡ଼ିଶାକୁ ଆସିପାରେ ଓ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଉପକୂଳ ଅଂଚଳର ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାରେ ଆସନ୍ତା ୧୫ ଓ ୧୬ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଡିସେମ୍ବର ୧୫ରୁ ୧୭ ତାରିଖ ମଧ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

Share this story

World Odia Language Conferene