ବିଜେଡି ଛାଡିବା ମୁଡରେ କୁସୁମ ଟେଟେ

ବିଜେଡି ଛାଡିବା ମୁଡରେ କୁସୁମ ଟେଟେ
ବିଜେଡି ଛାଡିବା ମୁଡରେ କୁସୁମ ଟେଟେ

ଭୁବନେଶ୍ୱର: ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପଦରୁ ଇସ୍ତଫା ଦେଲେ କୁସୁମ ଟେଟେ । ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଏଥିସହ ସେ ଆଗାମୀ ସାଧାରଣ ନିର୍ବାଚନରେ ବିଧାୟିକା ଭାବେ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ବିଜେଡି ଟିକେଟରେ ବିଧାୟିକା ଭାବେ ଲଢିବାକୁ ସେ ଆଗ୍ରହୀ ବୋଲି କହିଛନ୍ତି । ବିଜେଡିରେ ଯୋଗେଶ ସିଂହଙ୍କ ସାମିଲକୁ ନେଇ ଅସନ୍ତୁଷ୍ଟ ଥିଲେ କୁସୁମ ଟେଟେ । ତେବେ ଏହି ଇସ୍ତଫାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଅସନ୍ତୁଷ୍ଟ କୁସୁମ ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Share this story

World Odia Language Conferene