ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ସର୍ବୋତମ ପୋଲୋ ଖେଳାଳୀ ଭାବରେ ସମ୍ମାନୀତ

ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ସର୍ବୋତମ ପୋଲୋ ଖେଳାଳୀ ଭାବରେ ସମ୍ମାନୀତ
ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ସର୍ବୋତମ ପୋଲୋ ଖେଳାଳୀ ଭାବରେ ସମ୍ମାନୀତ

ଭୁବନେଶ୍ୱର: ଜୟପୁର ପୋଲୋ ଗ୍ରାଉଣ୍ଡରେ ଅନୁଷ୍ଠିତ ମହାରାଜା ଜିୱାଜି ରାଓ ଗୋଲ୍ଡ କପ୍ ଫାଇନାଲ୍ ପୋଲୋ ମ୍ୟାଚରେ ଜିନ୍ଦଲ ଷ୍ଟିଲ୍ ଓ ପାୱାର ଅଧ୍ୟକ୍ଷ ନବୀନ ଜିନ୍ଦଲ ସର୍ବୋତମ ପୋଲୋ ଖେଳାଳୀ ଭାବରେ ସମ୍ମାନୀତ କରାଯାଇଛି । ଏକ ଆକର୍ଷଣୀୟ ଗୋଲ୍ କରି ନିଜ ଟିମ୍ ଜିନ୍ଦଲ ପାନ୍ଥରକୁ ଜିତାଇବା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏକ ପ୍ରତିଷ୍ଠିତ ପୋଲୋ ଖେଳାଳୀ ହେବା ସହିତ ନବୀନ ଜିନ୍ଦଲ ମଧ୍ୟ ଜଣେ ସଫଳ କ୍ରୀଡାବିତ୍ । ସ୍କିଟ୍ ଶୁଟିଙ୍ଗ୍ ରେ ସେ ଜାତୀୟ ରେକର୍ଡ ହାସଲ ମଧ୍ୟ କରିଛନ୍ତି । ଶ୍ରୀ ଜିନ୍ଦଲଙ୍କ ନେତୃତ୍ୱରେ ଭାରତୀୟ ଶୁଟିଙ୍ଗ୍ ଦଳ ୨୦୦୪ ସାଉଥ ଏସିଆନ୍ ଫେଡେରେସନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲା ।

ଏହାବାଦ ୨୦୦୨ ରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ସେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଥିଲେ । ଶ୍ରୀ ଜିନ୍ଦଲ ପ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ସଭାପତି ।

Share this story

World Odia Language Conferene