ଆଇଆଇସି ପାଇଁ ଦରଦ, ପୁଲିସ ବାବୁଙ୍କ ବଦଳି ନକରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ଆଇଆଇସି ପାଇଁ ଦରଦ, ପୁଲିସ ବାବୁଙ୍କ ବଦଳି ନକରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ
ଆଇଆଇସି ପାଇଁ ଦରଦ, ପୁଲିସ ବାବୁଙ୍କ ବଦଳି ନକରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ଭୁବନେଶ୍ୱର: ଗଞ୍ଜାମ ଆସ୍କା ସହରରେ ଆଜି ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ରାଜରାସ୍ତରେ ନିଆଁ ଜାଳିବା ସହ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ରୂପ ନେଇଛି । ଏହା କୌଣସି ଗୋଷ୍ଠୀ ସଂଘର୍ଷ ନୁହେଁ ବରଂ ଆସ୍କା ଥାନା ଅଧିକାରୀଙ୍କ ଲାଗି ଲୋକମାନଙ୍କ ମନରେ ଗଢ଼ିଉଠିଥିବା ଦରଦର ଫଳସ୍ୱରୂପ ।

ଗତକାଲି ପୁଲିସ ମୁଖ୍ୟାଳୟରୁ ରାଜ୍ୟରେ କାର୍ଯ୍ୟରତ ଥିବା ୬୪ଜଣ ଥାନା ଅଧିକାରୀଙ୍କ ବଦଳି ତାଲିକା ବାହାରିଥିଲା । ଯେଉଁଥିରେ ଆସ୍କା ଥାନା ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ଗଞ୍ଜାମରୁ ରାଉରକେଲା ବଦଳି କରାଯାଇଛି । ତେଣୁ ଏହାକୁ ବିରୋଧ କରି ଲୋକେ ଆଜି ସକାଳୁ ତାତି ଉଠିଥିଲେ । ବଦଳି ଆଦେଶକୁ ରୋକିବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ । ବାଟଘାଟରେ ଟାୟାର ଜାଳି ଆସ୍କା-କଳିଙ୍ଗା ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନକାରୀ ନାରାବାଜି ଲଗେଇଥିଲେ । ଯେଉଁଥିପାଇଁ ସହରରେ ଯାତ୍ରୀଙ୍କୁ ବହୁ ବାଧାବିଘ୍ନ ସହିବାକୁ ପଡିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଥାନା ବାବୁ ଶ୍ରୀ ଜେନାଙ୍କ ଲୋକ ସମ୍ପର୍କ ପୁରା ଇଲାକାରେ ବେଶ ଭଲ ଥିଲା । ସହରରେ ଅପରାଧିକ ନିୟନ୍ତ୍ରଣ ପାଇଁ ମଧ୍ୟ ତାଙ୍କ ବହୁ ଭୂମିକା ରହିଛି । ତେଣୁ ତାଙ୍କୁ ଦବଳି ନକରିବା ପାଇଁ ଲୋକେ ଜିଦ ଧରି ବସିଛନ୍ତି । ସରକାର ଦାବି ପୁରଣ ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

Share this story

World Odia Language Conferene