୧୨ ବର୍ଷ ବାଳିକାର ମହାନତା: ମାନବିକତାର ମାନ ରଖିଲେ

୧୨ ବର୍ଷ ବାଳିକାର ମହାନତା: ମାନବିକତାର ମାନ ରଖିଲେ
୧୨ ବର୍ଷ ବାଳିକାର ମହାନତା: ମାନବିକତାର ମାନ ରଖିଲେ

ବ୍ରହ୍ମପୁର: ମେଧାବୀ ଛାତ୍ରୀଙ୍କ ମହାନତା କଥା ଯିଏ ଶଣୁଛି ସେ ପ୍ରଶଂସା ନକରି ରହିପାରୁନି । କୁନି ବୟସରେ ସେ ଏମିତି କିଛି କରିଛନ୍ତି ଯାହା ଅନ୍ୟମାନଙ୍କୁ ବେଶ ପ୍ରଭାବିତ କରିଛି । ସେ ହେଉଛନ୍ତି ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରର ସମୀକ୍ଷା ମହାନ୍ତି ।

ବ୍ରହ୍ମପୁର ବାସୁଦେବ ନଗରସ୍ଥିତ ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ ସମୀକ୍ଷା ମହାନ୍ତି ସ୍କଲାରସିପ ବାବଦ ୨୪ ଶହ ଟଙ୍କାର ଚେକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । ପ୍ରାକୃତିକ ଦୁର୍ବିପାକ ‘ଫନି’ ସହାୟତା ପାଇଁ ଯେଉଁଠି ବଡ଼ ବଡ଼ ଶିଳ୍ପପତି ସ୍ୱାର୍ଥପର ପାଲଟିଛନ୍ତି, ସେଠାରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ନିଜ ମାନବିକତା ଓ ପରୋପକାରିତାର ପରିଚୟ ଦେଇଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷାଧିକାରୀ ପ୍ରଭାତୀ ମହାପାତ୍ରଙ୍କୁ ଭେଟି ସମୀକ୍ଷା ଏହି ଚେକ ପ୍ରଦାନ କରିଛନ୍ତି ।

ତାଙ୍କ ପିତା ରବି ନାରାୟଣ ମହାନ୍ତି ବ୍ରହ୍ମପୁର ଡିଭିଜନରେ ମେଲଗାର୍ଡ ଥିବା ବେଳେ ମା ସୁମିତ୍ରା ମହାପାତ୍ର ଜଣେ ସୁଲେଖିକା ଭାବେ ପରିଚିତ । ସମୀକ୍ଷାଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି । ସଭିଙ୍କ ମୁହଁରେ ଗୋଟିଏ କଥା ‘ସାନ ସିନା ଦାନ ତା ମହାନ’ ।

Share this story

World Odia Language Conferene