ପଦ୍ମ ଧାରି ଶକ୍ତିରେ ଖାକି ଚିତ୍ ପଟାଙ୍ଗ, ଦେଖନ୍ତୁ ଭିଡ଼ିଓ…

ପଦ୍ମ ଧାରି ଶକ୍ତିରେ ଖାକି ଚିତ୍ ପଟାଙ୍ଗ, ଦେଖନ୍ତୁ ଭିଡ଼ିଓ…
ପଦ୍ମ ଧାରି ଶକ୍ତିରେ ଖାକି ଚିତ୍ ପଟାଙ୍ଗ, ଦେଖନ୍ତୁ ଭିଡ଼ିଓ…

ଭୁବନେଶ୍ୱର: ବୁଧବାର ସକାଳ ୧୧ଟା । ପୁରାପୁରି ସ୍ୱଭାବିକ ଥିଲା ଜନଗହଳି । ନବୀନ ନିବାସରୁ ଫରେଷ୍ଟ ପାର୍କ ଯିବା ରାସ୍ତା ଯାନବାହାନରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା । ହେଲେ ଅଚାନକ ଖବର ଆସିଲା ପଦ୍ମ(ବିଜେପି)ର ମଙ୍ଗ ଧରିଥିବା କିଛି ମହିଳା ମୋର୍ଚ୍ଚା କର୍ମୀ ନବୀନ ନିବାସ ଘେରାଉ କରିବେ । ସୂଚନା ପାଇ କମିଶନରେଟ ପୁଲିସ ସଜାଗ ହୋଇଯାଇଥିଲା ।

ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୧୦୦ରୁ ଅଧିକ ଫୋର୍ସ ଘଟଣାସ୍ଥଳରେ ମୁତୟନ କରାଯାଇଥିଲା । ଲକ୍ଷ୍ୟ ଥିଲା କୌଣସି ସାମ୍ଭବ୍ୟ ଅଘଟଣକୁ ରୋକିବା । ସମୟ ଗଡି ଚାଲିଥାଏ । ହେଲେ ପଦ୍ମ ଧାରି ଘଟଣାସ୍ଥଳକୁ ଆସିବାରେ ବିଳମ୍ବ କରୁଥାଆନ୍ତି । ଏତେ ସଙ୍ଖ୍ୟାରେ ଫୋର୍ସ ମୁତୟନ ଥିବା ଦେଖି ସେମାନେ ମଧ୍ୟ ସମୟ ଗାଡ଼ାଉ ଥାଆନ୍ତି ।

ପଦ୍ମ ଧାରି ଶକ୍ତିରେ ଖାକି ଚିତ୍ ପଟାଙ୍ଗ, ଦେଖନ୍ତୁ ଭିଡ଼ିଓ…

କିଛି ପଦ୍ମ ଧାରି ସମୟ ସମୟ ଘଟଣାସ୍ଥଳରେ ସ୍ଥିତି ପରକ୍ଷିବାକୁ ମଧ୍ୟ ଆସୁଥାଆନ୍ତି । ସମୟ ଗୋଟାଏ ବାଜିଲା । ପୁଲିସ ଫୋର୍ସ ସବୁ ଛକରେ ସଜାଗ ରହିଥାଆନ୍ତି । କିଛି ସମୟ ଗଡ଼ିବା ପରେ ହଠାତ୍ ତିନୋଟି ଗାଡ଼ିରେ ପଦ୍ମ ଧାରି ମହିଳା ମୋର୍ଚ୍ଚାର କର୍ମୀ ନବୀନ ନିବାସ ସମ୍ମୁଖରେ ପହଚିଂଲେ । ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ପୁଲିସ ସେମାନଙ୍କ ଆଡ଼କୁ ଦଉଡ଼ି ଆସିଥିଲେ । ଏତିକିରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଠେଲାପେଲା ଓ ଧସ୍ତାଧସ୍ତି ।

ନବୀନ ପଟ୍ଟନାୟକ ହାଏ ହାଏ ନାରାବାଜି କରିବା ସହ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦାବି କରିଥିଲେ ପଦ୍ମ ଧାରି ମହିଳା କର୍ମୀ । ଏଇଠୁ ଆରମ୍ଭ ହୋଇଯାଇଥିଲା ଶକ୍ତି ପ୍ରଦର୍ଶନ । ପଦ୍ମ ଧାରି ମହିଳା ନେତ୍ରୀଙ୍କୁ ଗାଡ଼ିରୁ ଗିରଫ କରି ନେଇଯାଉଥିବା ବେଳେ ପଦ୍ମର ଜୋର ଏମିତି ପଡ଼ିଥିଲା ଯେ ପୁରା ଚିତ୍ ପଟାଙ୍ଗ ହୋଇ ପଡିଥିଲା ଖାକି । ମାନେ ମହିଳା ନେତ୍ରୀଙ୍କ ଠେଲାପେଲାରେ ଭାରସ୍ୟାମ ହରାଇ ରାସ୍ତାରେ ଗଡି ପଡିଥିଲେ ଜଣେ ମହିଳା ପୁଲିସ ଅଧିକାରୀ ।

ଗୋଟିଏ ପଟେ କମିଶନରେଟ ପୁଲିସ କର୍ମଚାରୀଙ୍କ ଫିଟନେସ ଫଣ୍ଡା କଥା କହୁଥିବା ବେଳେ ମହିଳା ପୁଲିସ ଅଧିକାରୀଙ୍କ ଗଡ଼ି ଗଡ଼ି ପଡିବା ପୁଲିସର ଫିଟନେସ ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଥାନା କାମ ଓ ଆଇନ୍ ଶୃଙ୍ଖଳା ରକ୍ଷା କରିବା ଛଡ଼ା କମିଶନରେଟ୍ ପୁଲିସର ଫିଟନେସ ରେଟ୍ ଶୂନ ଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି ।

Share this story

World Odia Language Conferene