ନବୀନ ନିବାସରେ ଦିଲ୍ଲୀପ, ଫୁଙ୍କିବେ ଶଙ୍ଖ

ନବୀନ ନିବାସରେ ଦିଲ୍ଲୀପ, ଫୁଙ୍କିବେ ଶଙ୍ଖ
ନବୀନ ନିବାସରେ ଦିଲ୍ଲୀପ, ଫୁଙ୍କିବେ ଶଙ୍ଖ

ଭୁବନେଶ୍ୱର: ବିଜେପିରୁ କିଛିଦିନ ତଳେ ଇସ୍ତଫା ଦେଇଥିବା ଦିଲ୍ଲୀପ ରାୟ ଏବେ ନବୀନ ନିବାସରେ । ସନ୍ଧ୍ୟା ୭ଟା ବେଳେ ସେ ନବୀନ ନିଵାସରେ ପହଁଚିଛନ୍ତି । ନବୀନଙ୍କ ସହ ଭେଟ ହୋଇ ସେ ବିଜେଡିର ଯୋଗଦେବେ ବୋଲି ସୂଚନା ମିଳିଛି ।

ତେବେ ଦିଲ୍ଲୀପଙ୍କ ରାଜନୈତିକ ଗୁରୁ ବିଜୟ ବିଜେଡି ଯିବେ ନାହିଁ ବୋଲି ସୂଚନା ମିଳିଛି । ସେ ବିଜେପିରେ ଯୋଗଦେଇପାରନ୍ତି । ଖୁବଶୀଘ୍ର ଏ ନେଇ ସୂଚନା ମିଳିବ । ସୂଚନାଯୋଗ୍ୟ ଦିଲ୍ଲୀପ ବିଜେଡିର ଯୋଗଦେବାନେଇ ଗତ କିଛିଦିନ ଧରି ଚର୍ଚ୍ଚା ହେଉଥିଲା । ନିଜ କର୍ମୀଙ୍କ ସହ ଯୋଗାଯୋଗ କରିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Share this story

World Odia Language Conferene