ପଢ଼ିଲେ ଛାତି ଥରି ଉଠିବ, ମାଆର କାନ୍ଦ ଶୁଣି ଜୁଇରୁ ଉଠିଲା ୧୮ ବର୍ଷୀୟ ପୁଅ

ପଢ଼ିଲେ ଛାତି ଥରି ଉଠିବ, ମାଆର କାନ୍ଦ ଶୁଣି ଜୁଇରୁ ଉଠିଲା ୧୮ ବର୍ଷୀୟ ପୁଅ
ପଢ଼ିଲେ ଛାତି ଥରି ଉଠିବ, ମାଆର କାନ୍ଦ ଶୁଣି ଜୁଇରୁ ଉଠିଲା ୧୮ ବର୍ଷୀୟ ପୁଅ

ହାଇଦ୍ରାବାଦ: ରାଜ୍ୟ ବାହାରେ ଏମିତି ଏକ ଘଟଣା ଘଟିଛି ଯାହାକୁ ପଢ଼ିଲେ ଆପଣ ମିଛ ଲାଗିପାରେ । ହେଲେ ପୁରା ଘଟଣା ପଢିଲା ପରେ ଆପଣଙ୍କୁ ବି ସତ ଲାଗିପାରେ । ଜଣେ ଶିଶୁର ମୃତ୍ୟୁ ହେବା ପରେ ଜୁଇକୁ ଯାଉଥିଲା ହେଲେ ହାଠତ୍ ମାଆର କାନ୍ଦ ଶୁଣି ପୁଅ ଉଠି ଯାଇଥିବାର ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ତେଲଙ୍ଗାନାର ସୂର୍ଯ୍ୟାପେଟରେ । ମୃତ ଘୋଷିତ ୧୮ ବର୍ଷର ପୁଅ ଜୁଇକୁ ଯିବା ପୂର୍ବରୁ ଶ୍ମଶାନ ଭୂଇଁରୁ ଉଠି ଆସିଛି ।

ସୂଚନାଯୋଗ୍ୟ, ଜୁନ୍ ୨୬ରେ ୧୮ ବର୍ଷୀୟ ଗନ୍ଧମ କରିନଙ୍କୁ ହଠାତ୍ ଜ୍ୱର ଏବଂ ବାନ୍ତି ହୋଇଥିଲା । ପ୍ରବଳ ଗରମ କାରଣରୁ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ଜିଲ୍ଲା ଚିକିତ୍ସାଳୟରେ ପରିବାର ଲୋକେ ତାଙ୍କୁ ଭର୍ତ୍ତି କରାଇଥିଲେ। ତେବେ ତାଙ୍କର ସ୍ଥିତି ଆହୁରି ଖରାପ ହୋଇଥିଲା । ଏହାପରେ ଜୁନ ୨୮ରେ ପରିବାର ଲୋକେ ଗନ୍ଧମଙ୍କୁ ସରକାରୀ ହସ୍ପିଟାଲରୁ ନେଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ଘରୋଇ ହସ୍ପିଟାଲର ଡାକ୍ତର ଗନ୍ଧମ ବ୍ରେନ୍ ଡେଡ୍ ହୋଇଥିବା କହିଥିଲେ । ଏହାପରେ ୫ ଦିନ ଧରି ଘରୋଇ ହସ୍ପିଟାଲରେ ଗନ୍ଧମ ଚିକିତ୍ସିତ ହେବା ପରେ ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସି ନଥିଲା । ପାଖରେ ଚିକିତ୍ସା ପାଇଁ ପଇସା ନଥିବାରୁ ଘରକୁ ଗନ୍ଧମଙ୍କୁ ନେଇ ଆସିଥିଲେ ପରିବାର ଲୋକେ । ହସ୍ପିଟାଲ କତ୍ତୃପକ୍ଷ କହିଥିଲେ ବ୍ରେନ୍ ଡେଡ୍ ମୃତ୍ୟୁ ସହିତ ସମାନ ।

ଶେଷରେ ଭାଙ୍ଗିପଡି ଗନ୍ଧମଙ୍କ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ । ଶ୍ମଶାନ ଭୂଇଁରେ ୧୮ ବର୍ଷୀୟ ପୁଅକୁ ଧରି ମାଆ ଚିତ୍କାର କରି କାନ୍ଦୁଥିଲା । ହେଲେ ସତେ ଯେମିତି ଭଗବାନ ତରଳି ଯାଇଥିଲେ । ହଠାତ ପୁଅର ହାତ ଗୋଡ଼ ହଲିବାର ଦେଖିବାକୁ ମିଳିଥିଲା । ତେଣୁ ଗାଁ ଲୋକେ ଗନ୍ଧମଙ୍କୁ ସେହି ପୁରୁଣା ହସ୍ପିଟାଲକୁ ନେଇ ଆସିଥିଲେ । ଗନ୍ଧମ ଜୀବିତ ଥିବା ଦେଖି ଘରୋଇ ହସ୍ପିଟାଲର ଡାକ୍ତର ଭୟଭୀତ ହୋଇଯାଇଥିଲେ । କିନ୍ତୁ ଏବେ ସେ ସୁସ୍ଥ ଥିବା ଜଣାପଡିଛି |

Share this story

World Odia Language Conferene