ବାକି ରହିଗଲା ରାତିର ନିଶା ! କାର ଭିତରେ କିଏ ଲୋ…ଦେଖନ୍ତୁ ଭିଡ଼ିଓ

ବାକି ରହିଗଲା ରାତିର ନିଶା ! କାର ଭିତରେ କିଏ ଲୋ…ଦେଖନ୍ତୁ ଭିଡ଼ିଓ
ବାକି ରହିଗଲା ରାତିର ନିଶା ! କାର ଭିତରେ କିଏ ଲୋ…ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର: ସରିଲା ଜିରୋ ନାଇଟ୍ । ସେଲିବ୍ରେସନ ବି ସରିଲା । କ୍ଲବରୁ ବାହାରିଲା ବାବୁଙ୍କ ଗାଡ଼ି । ହେଲେ ଠିକଣା ଜାଗାରେ ପହଂଚିବା ପରିବର୍ତ୍ତେ ଦୁର୍ଘଟଣାର ଶୀକାର ହେଲା । ରେଣ୍ଟାଲ ସ୍ଥିତ ରୋଡ଼ର ଡାହାଣ ପାର୍ଶ୍ୱରେ ଏକ ରାସ୍ତାର ଡିଭାଇଡ଼ରରେ ଧକ୍କା ଦେଇ ପରେ ଏକ ସରକାରୀ କ୍ୱାଟର୍ସ ଯାଇ ଧକ୍କା ଦେଲା ଏହି ଗାଡ଼ି ।

ଘଟଣା ଘଟିବାର କିଛି ଘଣ୍ଟା ପରେ ରାସ୍ତାର ଆର ପାର୍ଶ୍ୱରେ ଭୋଜି କରୁଥିବା କିଛି ଯୁବକ ଜୋରଦାର ଶବ୍ଦ ଶୁଣି ଘଟଣାସ୍ଥଳକୁ ଦଉଡ଼ି ଆସିଥିଲେ । ହେଲେ ଗାଡ଼ିଟି ଧକ୍କା ହୋଇଥିବା ଜାଣି ଗାଡ଼ି ଭିତରେ ଥିବା ଜଣେ ବ୍ୟକ୍ତି ତରବରିଆ ହୋଇ ଗାଡ଼ି ଭିତରୁ ଚାଲିଯାଇଥିବା ଲୋକେ ସୂଚନା ଦେଇଛନ୍ତି । ରାତିର ଅସମ୍ଭାଳ ସୀତକୁ ସହିନପାରି ଲୋକେ ସେଠାରୁ ଚାଲିଯାଇଥିଲେ ।

ହେଲେ ନୁଆ ବର୍ଷର ଆରମ୍ଭରୁ ଉକ୍ତ ଘଟଣାଟି ଆଜି ସକାଳୁ ସରଗରମ ରହିଥିଲା । କାରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗାଡ଼ିର ନମ୍ବର ପ୍ଲେଟରୁ ଏହି ଗାଡ଼ି ଆୟକର ବିଭାଗର ବୋଲି ଜଣାପଡିଥିଲା । ଗାଡ଼ି ଭିତରେ ଜଣେ ବ୍ୟକ୍ତି ଶୋଇ ରହିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ଗାଡ଼ି ଭିତରେ କିଏ ଥିଲା ? ଶୋଇ ରହିଥିବା ଏହି ବ୍ୟକ୍ତି ଜଣଙ୍କ ସହିତ ଆଉ କିଏ ଥିଲେ କି? ଏହି ଭଳି ନାନା ପ୍ରଶ୍ନ ଲୋକଙ୍କ ମନରେ ଆସିଥିବା ବେଳେ ସବୁ ଘଟଣାକୁ ତର୍ଯମା କଲେ ଲୋକେ ଟୁପୁରୁଟାପର ହେଉଥିଲେ ଯେ ବାକି ରହିଯାଇଛି ରାତିର ନିଶା ।

Share this story

World Odia Language Conferene