Big Breaking: ‘ଫନି’ ପାଇଁ ଗଡ଼ିବନି ୭୪ ଟ୍ରେନ୍

Big Breaking: ‘ଫନି’ ପାଇଁ ଗଡ଼ିବନି ୭୪ ଟ୍ରେନ୍
Big Breaking: ‘ଫନି’ ପାଇଁ ଗଡ଼ିବନି ୭୪ ଟ୍ରେନ୍

ଭୁବନେଶ୍ୱର: ବାତ୍ୟା ‘ଫନି’ ଓଡିଶା ଉପକୂଳ ଅଚଂଳକୁ ମାଡ଼ି ଆସୁଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ହାୱଡା-ବିଜୟନଗରମ ମଧ୍ୟରେ ଗଡ଼ିବନି ୭୪ ଟ୍ରେନ । ସିଧାସଳଖ କରିବାକୁ ଗଲେ ଉଚ୍ଚ କର୍ତ୍ତୃପକ୍ଷ ୭୪ ଟ୍ରେନ ଚଳାଚଳ ବାତିଲ କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆସନ୍ତାକାଲି ସନ୍ଧ୍ୟାରୁ ଭଦ୍ରକ-ବିଜୟନଗରମ ମଧ୍ୟରେ ରେଳ ଚଳାଚଳ ସ୍ଥଗିତ ରହିବ । ଏପରିକି ଭୁବନେଶ୍ୱର ଓ ପୁରୀ ଅଭିମୁଖେ ଆସୁଥିବା ସବୁ ଟ୍ରେନ୍ ସ୍ଥଗିତ ରହିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ପ୍ରମୁଖ ଦୂରଗାମୀ ଟ୍ରେନ ମଧ୍ୟରେ ହାଓ୍ୱଡ଼ା-ଇଷ୍ଟକୋଷ୍ଟ କୋରୋମଣ୍ଡଳ ଏକ୍ସପ୍ରେସ ବାତିଲ୍ ହୋଇଛି । ହାଓ୍ୱଡ଼ାରୁ ପୁରୀ, ବାଙ୍ଗାଲୋର, ଚେନ୍ନାଇ, ସିକନ୍ଦରାବାଦ ଯିବାକୁ ଥିବା ଟ୍ରେନ୍ ବାତିଲ୍ ହୋଇଛି । କେବଳ ୨ ତାରିଖ ନୁହେଁ, ୩ରେ ଭୁବନେଶ୍ୱର ଓ ପୁରୀରୁ ଯିବାକୁ ଥିବା ସମସ୍ତ ଟ୍ରେନ୍‌କୁ ମଧ୍ୟ ବାତିଲ୍ କରି ଦିଆଯାଇଛି ।

Share this story

World Odia Language Conferene