ଦେଖନ୍ତୁ ଭିଡ଼ିଓ: କଂଗ୍ରେସର ଆସିକା ବିଧାନ ସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ଗୁଳିମାଡ ପରେ ତଣ୍ଟି କାଟିଲେ, ଅନ୍ୟ ଜଣେ ସହଯୋଗୀ ଗୁରୁତର

ଦେଖନ୍ତୁ ଭିଡ଼ିଓ: କଂଗ୍ରେସର ଆସିକା ବିଧାନ ସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ଗୁଳିମାଡ ପରେ ତଣ୍ଟି କାଟିଲେ, ଅନ୍ୟ ଜଣେ ସହଯୋଗୀ ଗୁରୁତର
ଦେଖନ୍ତୁ ଭିଡ଼ିଓ: କଂଗ୍ରେସର ଆସିକା ବିଧାନ ସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ଗୁଳିମାଡ ପରେ ତଣ୍ଟି କାଟିଲେ, ଅନ୍ୟ ଜଣେ ସହଯୋଗୀ ଗୁରୁତର

ବ୍ରହ୍ମପୁର/ଆସିକା: କଂଗ୍ରେସର ଆସିକା ବିଧାନସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ବୁଧବାର ରାତିରେ ଦୁର୍ବୁତ୍ତମାନେ ଗୁଳି ମାଡ କରିବା ସହ ତାଙ୍କ ତଣ୍ଟି କାଟିଦେଇଛନ୍ତି । ନିଜ ଏକ୍ସୟୁଭି କାର ଯୋଗେ ଭୂବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ବେଳେ ଲାଞ୍ଜିପଲ୍ଲୀ ବ୍ରିଜ ନିକଟରେ ଦୁର୍ବୁତ୍ତ ତାଙ୍କ ଉପରକୁ ୪ରାଉଣ୍ଡ ଗୁଳି ମାଡ କରିଥିଲେ ।

ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ସେ ତାଙ୍କ କାରରୁ ଓହ୍ଲାଇ ପରିସ୍ରା କରିବା ପାଇଁ ଯାଉଥିଲେ । ଠିକ୍ ଏହି ସବୟରେ ୨-୩ଟି ମୋଟର ସାଇକେଲରେ ୬ ଜଣ ଯୁବକ ଅତିନିକଟରୁ ଅତର୍କିତ ଭାବେ ଗୁଳି ଚାଳନା କରିବା ସହ ତାଙ୍କ ଗଳା କାଟି ଦେଇଥିଲେ ।

ଗୁରୁତର ଅବସ୍ଥାରେ ମନୋଜକୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଉଦବେଗଜନକ ରହିଛି । ମନୋଜଙ୍କ ଶରୀରରେ ୪ଟି ଗୁଳି ବାଜିଥିବା ସୂଚନା ମିଳିଛି । ଭୁବନେଶ୍ୱରରୁ ଆଜି ରାତିରେ ମନୋଜ ଅନ୍ୟ ୪ଜଣ ସହଯୋଗୀଙ୍କ ସହ ବ୍ରହ୍ମପୁର ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା ।

ମନୋଜଙ୍କ ଗାଡିରେ ବସିଥିବା ଅନ୍ୟ ଜଣେ ସହଯୋଗୀ ଅନୀଲ ସ୍ୱାଇଁ ଗୁରୁତର ଥିବା ଜଣାପଡିଛି । ଅନୀଲ ହାତରେ ମଧ୍ୟ ଗୁଳି ବାଜିଥିବା ଜଣାପଡିଛି ।

ତେବେ ଖବର ପାଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଥିବା ବେଳେ ଏହି ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଉତେଜନାମୂଳକ ପରିସ୍ଥିତି ଉପୁଜିଥିଲା । କାଲିର ନିର୍ବାଚନ ଗଣତିରେ ମଧ୍ୟ ଏହା ପ୍ରଭାବ ପକାଇବ ବୋଲି କଂଗ୍ରେସ କର୍ମକର୍ତ୍ତା ଖୋଲାଖୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟପଟରେ ଏହି ନିର୍ମମ କାଣ୍ଡ ଭିଆଇ ଦୁର୍ବୁତ୍ତ ମାନେ ଓଡିଶା ବାହାରକୁ ଚାଲିଯାଉଥିବା ବେଳେ ଗୋଳନ୍ଥରା ନିକଟରେ ସେମାନଙ୍କ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଦୁର୍ବୁତ୍ତମାନେ ବାଇକ୍ ଓ ଏକ ବନ୍ଧୁକ ଛାଡି ସେଠାରୁ ଚମ୍ପଟ ମାରିଥିଲେ । ସମସ୍ତ ଦୁର୍ବୁତ୍ତମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି । ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି ।

ପୁଲିସ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ମନୋଜ କୁମାର ଜେନା ଜଣେ ମଦ ବ୍ୟବସାୟୀ । ଆସିକା ଓ ବ୍ରହ୍ମପୁରରେ ମନୋଜଙ୍କୁ ମଦ ଦୋକାନ ରହିଛି । ବ୍ୟବସାୟକୁ ବାଦ ଦେଳେ ମନୋଜଙ୍କ ନାମରେ ଅନେକ ହତ୍ୟା, ଆକ୍ରମଣ, ଡକାୟତୀ ଭଳି ଅନେକ ସଙ୍ଗୀନ ମାମଲା ବିଭିନ୍ନ ଥାନାରେ ରହିଛି ।
ସେ କିଛି ବର୍ଷ ତଳେ କଂଗ୍ରେସରେ ଯୋଗ ଦେଇଥିଲେ । ଅତି କମ ସମୟ ମଧ୍ୟରେ ସେ ରାଜ୍ୟ ପ୍ରଦେଶ କଂଗ୍ରେସର ସମ୍ପାଦକ ହୋଇ ପାରିଥିଲେ । ଚଳିତ ନିର୍ବାଚନରେ କଂଗ୍ରେସର ତାଙ୍କୁ ଆସିକା ବିଧାନସଭା ପ୍ରାର୍ଥୀ ରୁପେ ନିର୍ବାଚନ ଲଢ଼ିବା ପାଇଁ ଛିଡା କରିଥିଲା । ଆସନ୍ତା କାଲି ଫଳାଫଳ ଘୋଷଣା ପାଇଁ ଖୁବ କମ ସମୟ ଥିବା ବେଳେ ଏହିଭଳି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି ।

ଆସିକା ଅଚଂଳରେ ଏହି ଘଟଣାକୁ ଭିତ୍ତିକରି ବିଭିନ୍ନ ଦିଗରେ ଆଲୋଚନା ସହ ଭୟର ଆତଙ୍କ ଖେଳିଯାଇଛି । ତାଙ୍କ ବିଶ୍ୱସ୍ତଙ୍କ ସହ କାର ଯୋଗେ ଆସୁଥିବା ବେଳେ ଏହା କିପରି ଘଟିଲା ତାହା ସମସ୍ତଙ୍କୁ ଚକିତ କରିଛି । ଏହା ରାଜନୈତିକ ଶତ୍ରୁତା କିମ୍ବା ବ୍ୟବସାୟିକ ଶତ୍ରୁତା ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Share this story

World Odia Language Conferene