ବଞ୍ଚି ରହିବ ବିଜୁ ଲିଗାସୀ: ହିଂଜିଳିରୁ ପଲିଟିକାଲ ଏଣ୍ଟ୍ରି କରିବେ ଅରୁଣ

ବଞ୍ଚି ରହିବ ବିଜୁ ଲିଗାସୀ: ହିଂଜିଳିରୁ ପଲିଟିକାଲ ଏଣ୍ଟ୍ରି କରିବେ ଅରୁଣ
ବଞ୍ଚି ରହିବ ବିଜୁ ଲିଗାସୀ: ହିଂଜିଳିରୁ ପଲିଟିକାଲ ଏଣ୍ଟ୍ରି କରିବେ ଅରୁଣ

ଭୁବନେଶ୍ୱର: ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୂର୍ବ ଭାରତର ଏକୋଇରବାଳା ବିସିକେସନ । ସାରା ଦେଶର ଭୋଟର ମୋଦି ଲହରରେ ଭାସି ଯାଇଥିବା ବେଳେ ଓଡିଶାରେ ଏହି ନିର୍ବାଚନରେ ଆହୁରି ଜୋରରେ ଶୁଭୁଛି ଶଙ୍ଖନାଦ । ଚାରିଆଡେ ନବୀନଙ୍କ ଜୟ ଜୟକାର । ତେବେ ଏହି ସବୁ ଭିତରେ ଓଡ଼ିଆ ଲୋକଙ୍କ ମନରେ ଆହୁରି କିଛି ପ୍ରଶ୍ନ ଉଙ୍କି ମାରୁଛି । ନବୀନ ଜିତିଥିବା ୨ ଟି ବିଧାନସଭା ଆସନ ବିଜେପୁର ଓ ହିଂଜିଳି ରୁ କେଉଁ ଆସନ ଛାଡିବେ ? ଯଦି ଛାଡିବେ ସେହି ଆସନର ଭାର କାହାକୁ ଦେବେ ? କିଏ ହେବେ ଏହି ହାଇଭୋଲଟେଜ ଆସନର ଉତ୍ତରାଧିକାରୀ ?

ଏସବୁ ପ୍ରଶ୍ନର ଉତ୍ତର ଖୁବଶୀଘ୍ର ମିଳିବାକୁ ଯାଉଛି । ‘ଓଡ଼ିଆ ଗସିପ’ ନିକଟରେ ହସ୍ତଗତ ହୋଇଥିବା ସୂଚନା ମୁତାବକ ରାଜ୍ୟ ବାହାରେ ରହୁଥିବା ନବୀନଙ୍କ ପୁତୁରା ତଥା ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସୁପୁତ୍ର ଅରୁଣ ପଟ୍ଟନାୟକ ଉତ୍ତରାଧିକାରୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ଦାଦାଙ୍କ ହିଂଜିଳି ଆସନରୁ ଅରୁଣ ଲଢ଼ିବେ ଉପନିର୍ବାଚନ । ଏଥିପାଇଁ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ଦଳର ପାୱାର କର୍ଣ୍ଣରରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଲାଣି । ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ବ୍ୟକ୍ତିଗତ କୁହାଯାଉଥିବା କିଛି ନେତା ଓ ପ୍ରଶାସନିକ ଅଧିକାରୀ ଏଥିପାଇଁ କସରତ ମଧ୍ୟ ଆରମ୍ଭ କରିସାରିଲେଣି । କେବଳ ଔପଚାରିକତା ବାକି ରହିଛି । ଲୋକେ ମଧ୍ୟ ବିଜୁ ପରିବାରର ଆଉ ଜଣେ ସଦସ୍ୟଙ୍କୁ ଆଦରରେ ଗ୍ରହଣ କରିବେ ବୋଲି ଆଶା ରଖାଯାଇଛି ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ବିଜେପୁରରୁ ୫୬ ହଜାର ଭୋଟ ବ୍ୟବଧାନରେ ଜିତିଥିବା ବେଳେ ହିଂଜିଳିରୁ ୬୦ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ପୂର୍ବରୁ ହିଂଜିଳି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନଙ୍କ ପାରମ୍ପାରିକ ଗଡ଼ ହୋଇ ରହିଛି । ଏଭଳି ସ୍ଥିତିରେ ବିଜେପୁରରେ ରିସ୍କ ଗେମ ଖେଳିବା ଅପେକ୍ଷା ହିଂଜିଳିରୁ ଅରୁଣଙ୍କୁ ପଲିଟିକାଲ ଏଣ୍ଟ୍ରି ଦେବା ପାଇଁ ନିଜେ ନବୀନ ମନସ୍ଥ କରିଥିବା ଖବର ବିଶ୍ୱସ୍ତ ସୂତ୍ରରୁ ହସ୍ତଗତ ହୋଇଛି ।

Share this story

World Odia Language Conferene