ଏସିପି ମାନସ ଗଡନାୟକଙ୍କୁ ଶାନ୍ତି ସମ୍ମାନ ୨୦୧୮

ଏସିପି ମାନସ ଗଡନାୟକଙ୍କୁ ଶାନ୍ତି ସମ୍ମାନ ୨୦୧୮
ଏସିପି ମାନସ ଗଡନାୟକଙ୍କୁ ଶାନ୍ତି ସମ୍ମାନ ୨୦୧୮

ଭୁବନେଶ୍ୱର: ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ଶାନ୍ତି ପ୍ରତିଭା ସମ୍ମାନ ୨୦୧୮ କମିଶନରେଟ ପୁଲିସ ଭୁବନେଶ୍ୱରରେ ଏସିପି ଭାବେ କାର୍ଯ୍ୟରତ ଥିବା ମାନସ ଗଡନାୟକଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଯୁଗ୍ମ ପୁଲିସ କମିଶନର ରାଜ କିଶୋର ପାଇକରାୟ ଶ୍ରୀ ଗଡନାୟକଙ୍କୁ ଏହି ଶ୍ରେଷ୍ଠ ସମ୍ମାନ ପ୍ରଦାନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ହାପି ଲିଭିଂ ଫାଉଣ୍ଡେସନର ଅଧ୍ୟକ୍ଷ ଡ଼. ମନୋଜ କୁମାର ଲେଙ୍କାଙ୍କ ଉପସ୍ଥିତିରେ ଲୋୟର ପିଏମଜିଠାରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ପୁଲିସର ଲୋକାଭିମୁଖୀ କାର୍ଯ୍ୟ, ମୈତ୍ରୀଭାବ, ନାରୀ ସୁରକ୍ଷା (ପରି ଯୋଜନା) ଆଦି ବୈପ୍ଲବିକ କାର୍ଯ୍ୟକ୍ରମରେ ଶ୍ରୀ ଗଡନାୟକଙ୍କର ଅଦଭୁତ ପୂର୍ବ ଅବଦାନ ଓ କର୍ମନିଷ୍ଠା ଦ୍ୱାରା ସଫଳ ରୁପାୟନ ହୋଇପାରିଛି । ମାନସ ଗଡନାୟକ ହେଉଛନ୍ତି ୧୯୯୭ ମସିହାରେ ଓଡ଼ିଶା ପୁଲିସ ସେବାରେ ଯୋଗଦାନ କରି ଆଇନ ଶୃଙ୍ଖଳା ରକ୍ଷା କରିବା ସହିତ ଲୋକ ସେବାରେ ନିଜକୁ ନିୟୋଜିତ କରିଛନ୍ତି ।

Share this story

World Odia Language Conferene