‘ପିଏମ’ ପାଇଁ ଜାଭେଦ ଝମେଲା

‘ପିଏମ’ ପାଇଁ ଜାଭେଦ ଝମେଲା
‘ପିଏମ’ ପାଇଁ ଜାଭେଦ ଝମେଲା

ଘୋଷ୍ଟ ରାଇଟିଂ ବା ଭୂତ ଲେଖା ଓ ଲେଖକ ସମ୍ପର୍କରେ ଆପଣ ଉଣା ଅଧିକେ ଜାଣିଥିବେ । ତେବେ କଥା ହେଲା ଏବେ ଏହାକୁ ନେଇ ଚର୍ଚ୍ଚା କରିବାର କାରଣ ବି ଅଛି । ନିର୍ବାଚନୀ ଋତୁରେ ଦର୍ଶକଙ୍କୁ ମନୋରଞ୍ଜନ ଦେବା ପାଇଁ ତିଆରି ହୋଇଛି ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ ବିବେକ ଓବରୟ ଅଭିନୀତ ଏହି ଫିଲ୍ମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମାଜିକ ଓ ରାଜନୈତିକ ଜୀବନୀକୁ ନେଇ ନିର୍ମାଣ ହୋଇଛି ।

ଏବେ ଏହି ଫିଲ୍ମ ଚର୍ଚ୍ଚାରେ । ଚର୍ଚ୍ଚା ଗୋଟିଏ କିମ୍ବା ଦୁଇଟି କାରଣକୁ ନେଇ ନୁହଁ ବରଂ ଫିଲ୍ମର ଟାଇଟଲ ଘୋଷଣା ଦିନଠାରୁ ଏହା ଚର୍ଚ୍ଚାରେ ରହିଛି । ଉରି-ଦ ସର୍ଜିକାଲ ଷ୍ଟ୍ରାଇକ, ଆକ୍ସିଡେଣ୍ଟିଆଲ ପ୍ରାଇମ ମିନିଷ୍ଟର ପରେ ରାଜନୈତିକ କଥା ବସ୍ତୁକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଥିବା ବେଳେ ଏହା ସବୁଠୁ ଚର୍ଚ୍ଚାରେ ରହିଛି । ଏହାର କାରଣ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଫିଲ୍ମ ରିଲିଜ ହେଉଛି । ଆଉ ଏହା ହିଁ ଚର୍ଚ୍ଚାର କାରଣ ଯେ, ନିର୍ବାଚନରେ ଏହା ଜନମତକୁ ପ୍ରଭାବିତ ପକାଇପାରେ । ଜନମତକୁ ପ୍ରଭାବ ପକାଇବ କି ନାହିଁ ତାହା ତ ସମୟ କହିବ । ଫିଲ୍ମକୁ ନେଇ ବର୍ତ୍ତମାନ କିନ୍ତୁ ବଡ଼ ବିବାଦ ମୁଣ୍ଡ ଟେକିଛି ।

‘ପିଏମ’ ପାଇଁ ଜାଭେଦ ଝମେଲା

ପ୍ରତିଷ୍ଠିତ ବଲିଉଡ ଗୀତିକାର ଜାଭେଦ ଅଖତର ଫିଲ୍ମକୁ ନେଇ ଯେତିକି ଚକିତ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି । ପ୍ରକୃତରେ କଥା ଏହା ଯେ, ଫିଲ୍ମରେ ଜାଭେଦ କୌଣସି ଗୀତ ରଚନା କରିନଥିବା ବେଳେ ପ୍ରଯୋଜନ ସଂସ୍ଥା କିନ୍ତୁ ପୋଷ୍ଟରରେ ଫିଲ୍ମରେ ଗୀତ ରଚନା କରିଥିବା ଉଲ୍ଲେଖ କରିଛନ୍ତି । ଆଉ ଏହାକୁ ନେଇ ଆଶ୍ଚର୍ଯ୍ୟ ହେବା ସହ ସେ ଫିଲ୍ମ ପିଏମ୍ ନରେନ୍ଦ୍ର ମୋଦିରେ କୌଣସି ଗୀତ ଲେଖିନଥିବା ସ୍ପଷ୍ଟ କରିଛନ୍ତି ।

‘ପିଏମ’ ପାଇଁ ଜାଭେଦ ଝମେଲା

ଫିଲ୍ମରେ ପ୍ରସୁନ ଯୋଶୀ, ସମୀର ଓ ଅନ୍ୟଙ୍କ ନାମ ସହ ଜାଭେଦଙ୍କ ବି ନାଁ ରହିଛି ହେଲେ ବାସ୍ତବରେ ସେ କୌଣସି ଗୀତ ରଚନା କରିନଥିବା ଦୋହରାଇଛନ୍ତି । ନିଜ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟରରେ ସେ ଫିଲ୍ମର ପୋଷ୍ଟରେ ତାଙ୍କ ନାଁ ଦେଖି ଆଶ୍ଚର୍ଯ୍ୟ ହୋଇଥିବା ଉଲ୍ଲେଖ କରିଛନ୍ତି । ଫିଲ୍ମରେ ରତନ ଟାଟା ଭୂମିକାରେ ବୋମନ ଇରାନୀ, ମନୋଜ ଯୋଶୀ ଆମିତ ଶହ ଭୂମିକାରେ ଏବଂ ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ଭୂମିକାରେ ନଜର ଆସୁଛନ୍ତି ଜାରିନା ୱାହାବ ।

କିଛି ଜାତୀୟ ଗଣମାଧ୍ୟମ ସଂସ୍ଥା ଫିଲ୍ମର ପ୍ରଯୋଜକଙ୍କ ସହ ଜାଭେଦଙ୍କ ଟ୍ୱିଟକୁ ନେଇ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ଆସନ୍ତା ଏପ୍ରିଲ ୫ ତାରିଖରେ ଫିଲ୍ମ ପରଦାକୁ ଆସୁଛି । ଜାଭେଦଙ୍କ ଟ୍ୱିଟ ଏବଂ ଫିଲ୍ମରେ ଗୀତ ଲେଖିନଥିଲେ ମଧ୍ୟ ତାଙ୍କ ନାଁ ବାହାରିଥିବା ପ୍ରସଙ୍ଗକୁ ନେଇ ଆପଣ କଣ ଭାବୁଛନ୍ତି କମେଣ୍ଟରେ ଦିଅନ୍ତୁ ପରବର୍ତ୍ତୀ ଏ ସମ୍ପର୍କିତ ଖବରରେ ଆପଣଙ୍କ ମତାମତ ସ୍ଥାନ ପାଇବ ।

Share this story

World Odia Language Conferene