‘୨୦୩୦ ସୁଦ୍ଧା ଏଡସ୍‍ ବିଲୋପ ଦିଗରେ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବ’

‘୨୦୩୦ ସୁଦ୍ଧା ଏଡସ୍‍ ବିଲୋପ ଦିଗରେ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବ’
‘୨୦୩୦ ସୁଦ୍ଧା ଏଡସ୍‍ ବିଲୋପ ଦିଗରେ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବ’

ଭୁବନେଶ୍ୱର: ୨୦୩୦ ସୁଦ୍ଧା ଏଡସ ବିଲୋପ ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଓଡିଶାର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି । ଆଜି ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ)ଠାରେ ଆୟୋଜିତ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ ୟୁନିଟର ସମୀକ୍ଷା ବୈଠକରେ ସଂପୃକ୍ତ କାର୍ଯ୍ୟ ପାଇଁ ସମସ୍ତେ ମିଳିତ ଭାବେ ପ୍ରଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଟି.ବି. ଅଧିକାରୀ ଏବଂ ଡିପିଏମମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ଡାକ୍ତର ମେହେର୍ଦ୍ଦା କହିଥିଲେ ଯେ ବିଗତ ବର୍ଷଗୁଡିକ ତୁଳନାରେ ଓସାକ୍ସର କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି । ଏଡ୍‍ସ ନିରାକରଣ ପାଇଁ ଅଧିକ ପ୍ରଚାର ଓ ପ୍ରସାର ଉପରେ ସେ ଗୁରୁତ୍ୱ ପ୍ରଦାନ କରି ସମସ୍ତ ଅଧିକାରୀମାନଙ୍କୁ ଏଥିପ୍ରତି ଅଧିକ ଦୃଷ୍ଟି ଦେବା ପାଇଁ କହିଥିଲେ । ସମୀକ୍ଷା ବୈଠକରୁ ଜଣାପଡିଛି ଯେ ପୂର୍ବ ଅପେକ୍ଷା ବର୍ତମାନ ଟି.ବି-ଏଚ.ଆଇ.ଭି. ମଧ୍ୟରେ ପାର୍ଥକ୍ୟ ହ୍ରାସ ପାଇଛି ।

ଏହି ଅବସରରେ ବିଭାଗର ଯୁଗ୍ମ ସଚିବ ତଥା ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଏଆରଟିରୁ ବଂଚିତ ଏଚ୍‍ଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କୁ ପଂଜିକୃତ କରାଇ ଉପଯୁକ୍ତ ଔଷଧ ସେବନ ପାଇଁ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର (ଆଇସିଟିସି)ର ପରାମର୍ଶଦାତାମାନେ ପ୍ରତି ସପ୍ତାହର ଗୁରୁବାର ଦିନ କାର୍ଯ୍ୟ କରିବେ ।

ଟି.ବି ଓ ଏଚ୍‍ଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପୋଷଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟର ୯୦ ପ୍ରତିଶତ ଲୋକ ନିଜର ଏଚଆଇଭି ସ୍ଥିତି ବିଷୟରେ ଜାଣିବା ନିମନ୍ତେ ଏହାର ପରୀକ୍ଷାକୁ ବ୍ୟାପକ କରିବା ପାଇଁ କହିଥିଲେ ।

ଏଥି ସହିତ ରାଜ୍ୟରେ ଥିବା ସମସ୍ତ ଜେଲ ଓ ସ୍ୱାଧାର ଗୃହ ଓ ଗ୍ରାମାଂଚଳରେ ଭିଏଚଏନଡିରେ ଏଚଆଇଭି ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ । ସ୍ୱତନ୍ତ୍ର ସଚିବ ଡାକ୍ତର ବି.କେ.ବ୍ରହ୍ମା ଏବଂ ଡାକ୍ତର ହର ପ୍ରସାଦ ପଟନାୟକଙ୍କ ସମେତ ଓସାକ୍ସର ଅନ୍ୟ ଅଧିକାରୀମାନେ ଉପସ୍ଥିତି ଥିଲେ ।

Share this story

World Odia Language Conferene