୧୫ ଦିନରେ ୩ ଝିଅଙ୍କ ଦେହ ସହ ଖେଳ, ପଢନ୍ତୁ ରୁମଟାଙ୍କୁରା କାହାଣୀ

୧୫ ଦିନରେ ୩ ଝିଅଙ୍କ ଦେହ ସହ ଖେଳ, ପଢନ୍ତୁ ରୁମଟାଙ୍କୁରା କାହାଣୀ
୧୫ ଦିନରେ ୩ ଝିଅଙ୍କ ଦେହ ସହ ଖେଳ, ପଢନ୍ତୁ ରୁମଟାଙ୍କୁରା କାହାଣୀ

ଇସ୍ପାତ ନଗରୀ ରାଉରକେଲା ରେ ଲଜ୍ୟା । ମାତ୍ର ୧୫ ଦିନରେ ଦୁଇ ଦୁଇଟି ଗଣଦୁଷ୍କର୍ମ । ଚାଉଳ ଦେବା ବାହାନାରେ ପଞ୍ଚାୟତ କାର୍ଯ୍ୟାଳୟ ଗୋଦାମରେ ଯୁବତୀଙ୍କୁ ଗଣଦୁଷ୍କର୍ମର ଅଭିଯୁକ୍ତ ଏଯାଏଁ ଫେରାର । ତାପରେ ପୁଣି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମର ଶିକାର । ଏହି ଘଟଣାରେ ଜଣେ ନାବାଳକ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଇସ୍ପାତ ସହରରେ ସଙ୍କଟ । ନାରୀଙ୍କ ଇଜ୍ଜତ ବିପନ୍ନ । ମାତ୍ର ୧୫ ଦିନରେ ଦୁଇ ଦୁଇଟି ଗଣ ଦୁଷ୍କର୍ମ ଘଟଣାକୁ ନେଇ  ରାଉରକେଲାରେ  ନାରୀ ସୁରକ୍ଷା ନେଇ ଏପରି ସଂଶୟ । କାମୁକ, ଲମ୍ପଟଙ୍କ  ପ୍ରାଦୁର୍ଭାବ ବଢିଛି, ମାତିଛି  ଦୁଷ୍କର୍ମ ରାକ୍ଷସ । ଗତ ୪ ତାରିଖରେ ଝିରପାଣି  ପଞ୍ଚାୟତ କାର୍ଯ୍ୟାଳୟର ଚାଉଳ ଗୋଦାମରେ ଗଣଦୁଷ୍କର୍ମର ଶୀକାର ହୋଇଥିଲେ ଜଣେ ଯୁବତୀ । ଚାଉଳ ପାଇଁ ଯାଇଥିବା ଯୁବତୀଙ୍କୁ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କର ଜଣେ ସହଯୋଗୀ  ଦୁଷ୍କର୍ମ କରିଥିଲେ । ଏନେଇ ଝିରପାଣି ଥାନାରେ ଅଭିଯୋଗ କରିଥିଲେ ପୀଡିତା । କିନ୍ତୁ ସେବେଠୁ ଅଭିଯୁକ୍ତ ଅଜୟ ଖାଲକୋ ଓ ତାଙ୍କ  ସହଯୋଗୀ  ଫେରାର । ପୋଲିସ କୁଆଡେ ସେମାନଙ୍କ ଟେର ପାଉନି । ତଦନ୍ତ ଚାଲିଛି କହି ଚୁପ୍ ବସିଥିବା ପୋଲିସର ଭୂମିକା ନେଇ ବି ଉଠିଲାଣି ପ୍ରଶ୍ନ । 

ମର୍ମାହତ କରିଥିବା ଆଉ ଏକ ଦୁଷ୍କର୍ମ ଘଟଣା ଘଟିଛି ଗତ ରବିବାର ଦିନ । ବିଶ୍ବାସରେ ବିଷ ଦେଇଛନ୍ତି ପରିଚିତ । ଦିଲ୍ଲୀରେ ରହୁଥିବା ମାଆ ପାଖରେ ପହଞ୍ଚାଇଦେବାର ପ୍ରତିଶ୍ରୁତିରେ  ଜଣେ ୧୨ ବର୍ଷୀୟା ନାବାଳିକାକୁ ଅତି ଜଘନ୍ୟଭାବେ ଦୁଷ୍କର୍ମ କରିଛନ୍ତି ଜଣେ ଯୁବକ ଓ ତାର ୪ ସହଯୋଗୀ । ରାଞ୍ଚିରୁ ଆସିଥିବା ଝିଅଟିକୁ ଦିଲ୍ଲୀ ଟ୍ରେନ୍‌ରେ ବସାଇବା ବଦଳରେ ଏକ ନିର୍ମାଣାଧିନ କୋଠା ଓ ଧାନବିଲରେ ପାଶବିକ ଅତ୍ୟାଚାର କରିଥିଲେ  କାମୁକ ମାନେ । ତେବେ ଖବରପାଇ ପୋଲିସ ପୀଡିତାଙ୍କୁ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ବିକାଶ  ତିର୍କୀ, ଅମିତ କିଶପଟା, ପ୍ରଶାନ୍ତ ଟପ୍ପୋ, ରବିନ କିଶପଟା ସହ ଜଣେ ନାବାଳକୁ ଗିରଫ କରିଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Share this story

World Odia Language Conferene