ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସଂପର୍କ ରହୁନାହିଁ କି? ଘରେ ରହିଛି ବାସ୍ତୁ ଦୋଷ, ତୁରନ୍ତ ସମାଧାନ କରନ୍ତୁ

ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସଂପର୍କ ରହୁନାହିଁ  କି? ଘରେ ରହିଛି ବାସ୍ତୁ ଦୋଷ, ତୁରନ୍ତ ସମାଧାନ କରନ୍ତୁ
ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସଂପର୍କ ରହୁନାହିଁ  କି? ଘରେ ରହିଛି ବାସ୍ତୁ ଦୋଷ, ତୁରନ୍ତ ସମାଧାନ କରନ୍ତୁ

ସବୁ ଠିକ ଥିବା ସତ୍ତ୍ବେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ରହୁନି । ଜଣେ ଅନ୍ୟଜଣଙ୍କୁ ଦେଖିଲେ ଚିଡ ଚିଡ ହେଉଛି । ପରସ୍ପର ପ୍ରତି ପରସ୍ପର ସମ୍ମାନ ରହୁନି । ସ୍ନେହ, ପ୍ରେମ ସତେ ଯେମିତି ସାତ ସପନ । ଏମିତି କାହିଁକି ହୁଏ । କେବଳ ପାରସ୍ପରିକ ବ୍ୟବହାର ଓ ବାହ୍ୟ ଚାପ ଏଥିପାଇଁ ଦାୟୀ ନା ଆଉ କିଛି ଅଦୃଶ୍ୟ ରହସ୍ୟ ରହିଛି ଯେଉଁଥିପାଇଁ ଏଭଳି ସମସ୍ୟା ପ୍ରାୟ ଦେଖା ଦେଉଛି ।

ଶାସ୍ତ୍ରବିତ୍ତଙ୍କ ମତରେ ଏହା ପଛର ଏକ ବଡ କାରଣ ହେଉଛି ବାସ୍ତୁ ଦୋଷ । ଏହି ବାସ୍ତୁ ଦୋଷର ପ୍ରତିକାର ହୋଇ ପାରିଲେ ସ୍ବାମୀ ସ୍ତ୍ରୀଙ୍କମଧ୍ୟରେ ସମ୍ପର୍କ ମଧୁର ହେବାକୁ ଟିକିଏ ବି ସମୟ ଲାଗିବ ନାହିଁ । ସୂଚନା ପାଇଁ କୁହାଯାଇପାରେ ଯେ, ଯେଉଁ ଘରର ଶୟନ କକ୍ଷରେ ବାସ୍ତୁ ଦୋଷ ରହିଥାଏ ସେହି ଘରେ ଦାମ୍ପତ୍ୟ କଳହ ଅଧିକ ହୋଇଥାଏ ।

ପ୍ରତ୍ୟେକ ଘରର ଶୟନ କକ୍ଷ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ମଣିଷ ଏଠାରେ ରିଲାକ୍ସ କରିଥାଏ । ନିଜର ଥକାପଣ ଦୂର କରିବା ସହ ନିଜ ପାର୍ଟନରଙ୍କ ସହ ସମୟ ଅତିବାହିତ କରିଥାଏ । ଏହି କକ୍ଷରେ ମଣିଷ ନିଜ ଭବିଷ୍ୟତ ପାଇଁ ମଧ୍ୟ ରୂପରେଖ ଆଙ୍କିଥାଏ । ତେଣୁ ଘର ତିଆରି ସମୟରୁ ହିଁ ଶୟନ କକ୍ଷର ସମ୍ପର୍କରେ ସତର୍କ ହେବା ସହ ଏହାର ବାସ୍ତୁଗତ ଦିଗ ପ୍ରତି ସଜାଗ ରହିବା ଆବଶ୍ୟକ ।

ଗୃହ ନିର୍ମାଣ ବେଳେ ଧ୍ୟାନ ଦେବା ଆବଶ୍ୟକ ଯେ, ଘରର ଶୟନ କକ୍ଷଟି ନିଶ୍ଚିତ ଭାବେ ଘରର ଦକ୍ଷିଣ ପଶ୍ଚିମ ଦିଗରେ ରହିବା ଉଚିତ । ଯଦି ଏହା ସମ୍ଭବ ନୁହେଁ ଶାସ୍ତ୍ରଜ୍ଞଙ୍କ ପରାମର୍ଶ ନେଇ ପ୍ରତିକାର କରିବା ଆବଶ୍ୟକ ।

ଶୟନକକ୍ଷରେ ଥିବା ଝରକାର ବିପରୀତ ଦିଗରେ ବା ଝରକା ସମ୍ନାରେ ଆଇନା ଓ ଡ୍ରେସିଂ ଟେବୁଲ ଭୁଲରେ ଖନ୍ତୁ ନାହିଁ । ଏହାଦ୍ବାରା ବାହାରୁ ଘର ମଧ୍ୟକୁ ପ୍ରବେଶ କରୁଥିବା ସକରାତ୍ମକ ଶକ୍ତି ପ୍ରତିଫଳିତ ହୋଇ ପୁଣି ଫେରିଯାଇଥାଏ । ଯାହାଫଳରେ ଘରଭିତରେ ନକରାତ୍ମକ ଶକ୍ତି ରାଜୁତି କରିବାର ସୁଯୋଗ ପାଇଥାଏ ।

ସେହିଭଳି ପଲଙ୍କ ସମ୍ମୁଖରେ ମଧ୍ୟ ଆଇନା ବା ଡ୍ରେସିଂ ଟେବୁଲ ରଖନ୍ତୁ ନାହିଁ । ଏହା ଫଳରେ ଆପଣଙ୍କ ମନ ସବୁବେଳେ ବ୍ୟସ୍ତ ଓ ବ୍ୟାକୁଳ ରହିବ । ସ୍ବାମୀ ସ୍ତ୍ରୀ ଶୋଇଥିବା ବେଳର ଛବି ଆଇନାରେ ପ୍ରତିଫଳିତ ହେଲେ ଉଭୟଙ୍କ ମଧ୍ୟ ସ୍ନହ, ପ୍ରେମ ହ୍ରାସ ପାଇବା ସହ ତାହା ବାଣ୍ଟି ହୋଇଯିବାର ଆଶଂକା ସୃଷ୍ଟି କରିବ ।

ଶୟନକକ୍ଷରେ ଥିବା ଆସବାବପତ୍ର କେବେ ବି ଆର୍ଦ୍ଧ ଗୋଲିକାର, ଗୋଲାକାର ବା ଧନୁ ଆକୃତିର ହେବା ଅନୁଚି । ଏହା ଦ୍ବାରା ଏହି କକ୍ଷରେ ରହିଥିବା ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବ । ସ୍ବାମୀ ସ୍ତ୍ରୀଙ୍କ ମନୋମାଲିନ୍ୟର ମୁଖ୍ୟ କାରଣ ହେବ ଶାରିରୀକ ଅସୁସ୍ଥତା ।

ଶୟନକକ୍ଷରେ ଆଲୋକ ବ୍ୟବସ୍ଥାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ମ ଭୂମିକା ରହିଛି । ଶୟନ କକ୍ଷର ପଲଂକ ଉପରେ ଯେପରି ସିଧାସଳଖ ଲାଇଟ କିମ୍ବା ବାହାର ଆଲୁଅ ନପଡେ ସେଥି ପ୍ରତି ଧ୍ୟନ ଦେବେ । ପଲଙ୍କ ଉପରକୁ ବାମ ପାର୍ଶ୍ବରୁ ଆଲୋକ ଆସିଲେ ସବୁ ଶୁଭ ହେବ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଭୀର ହେବ ।

ଶୟନକକ୍ଷରେ ଝରକା ରହିବା ନିତାନ୍ତ ଆବଶ୍ୟକ । ତେବେ ମନେ ରଖନ୍ତୁ ଶୟନ କକ୍ଷର ପ୍ରବେଶ ଦ୍ବାର ଆଡକୁ ଗୋଡ କରି କେବେ ଶୋଇବେ ନାହିଁ ।

ଶୟନକକ୍ଷର ପ୍ରବେଶ ଦ୍ବାରର ଅତି ନିକଟରେ ପଲଂକ ରଖିବେ ନାହିଁ । ଏଭଳି କରିବା ଦ୍ବାରା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତିର ଆବିର୍ଭାବ ଘଟି ସମ୍ପର୍କରେ ଫାଟ ସୃଷ୍ଟି କରିବ ।

ସ୍ବାମୀ ସ୍ତ୍ରୀଙ୍କ ଶୋଇବା ଘରେ ପଡିଥିବା ପଲଂକ ଦୁଇ ଫାଳିଆ ହେବା ଅନୁଚିତ । ବା ଦୁଇଟି ପଲଙ୍କକୁ ମିଶାଇ ପକାଇବା ମଧ୍ୟ ଅନୁଚିତ । ଏହା ହିଁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ମନୋମାଲିନ୍ୟର ମୁଖ୍ୟ କାରଣ ହୋଇଥାଏ ।

ପାଲଙ୍କ ତଳେ କୌଣସି ଜିନିଷ ରଖିବା ବାସ୍ତୁ ଅନୁସାରେ ସମ୍ପୂର୍ଣ୍ମ ନିଶେଦ୍ଧ । ଏହା ଦ୍ବାରା ଦାରିଦ୍ର୍ୟ ସୃଷ୍ଟି ହୋଇଥାଏ ।

Share this story

World Odia Language Conferene