ସେୟାର ବଜାରରେ ଟଙ୍କା ବିନିଯୋଗ କର, ୬ମାସରେ ୪ଗୁଣ ହୋଇଯିବ କହି ଲକ୍ଷାଧିକ ଠକିଲେ, ରାଜଧାନୀରୁ ୪ ହାଇ ପ୍ରୋଫାଇଲ୍ ସାଇବର ଦଲାଲ ଗିରଫ

ସେୟାର ବଜାରରେ ଟଙ୍କା ବିନିଯୋଗ କର, ୬ମାସରେ ୪ଗୁଣ ହୋଇଯିବ କହି ଲକ୍ଷାଧିକ ଠକିଲେ, ରାଜଧାନୀରୁ ୪ ହାଇ ପ୍ରୋଫାଇଲ୍ ସାଇବର ଦଲାଲ ଗିରଫ
ସେୟାର ବଜାରରେ ଟଙ୍କା ବିନିଯୋଗ କର, ୬ମାସରେ ୪ଗୁଣ ହୋଇଯିବ କହି ଲକ୍ଷାଧିକ ଠକିଲେ, ରାଜଧାନୀରୁ ୪ ହାଇ ପ୍ରୋଫାଇଲ୍ ସାଇବର ଦଲାଲ ଗିରଫ
ଭୁବନେଶ୍ୱର: ବିଦେଶ ସେୟାର ବଜାରରେ ଟଙ୍କା ବିନିଯୋଗ କଲେ ୬ ମାସରେ ୪ ଗୁଣ ହେବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ୩୦ଲକ୍ଷ ଟଙ୍କା ଠକେଇ କରିଛନ୍ତି କିଛି ଦଲାଲ । ସେମାନଙ୍କୁ ରାଜଧାନୀର ଏକ ହୋଟେଲରୁ ଗିରଫ କରିଛି କମିଶନରେଟ ପୁଲିସ । ଏହି ୪ଜଣ ହାଇପ୍ରୋଫାଇଲ ସାଇବର ଠକ ହେଲେ ତାମିଲନାଡୁର ନବୀନ, ତାମିଲନାଡୁ କୋଇମ୍ବାଟୁର ଏସ.କେ ଗଣେଶ, ଗୁଜରାଟ ଫତେପୁରାର ଜୟଦୀପ ପ୍ରକାଶ କୁଲକର୍ଣ୍ଣି ଓ ବେଙ୍ଗାଲୁର କର୍ଣ୍ଣାଟକର ଏନ. ନରେଶ । ସେମାନଙ୍କଠାରୁ ପୁଲିସ ୯ ହଜାର ୮୭୫ ପାଉଣ୍ଡ ବିଦେଶୀ ମୁଦ୍ରା, ୫ଲକ୍ଷ ୨୫ ହଜାର ଟଙ୍କାର ଚେକ, ୪ଟା ଲାପଟପ, ପାସପୋର୍ଟ, କିଛି ଆମେରିକୀୟ ଡଲାର,ଏଗ୍ରିମେଣ୍ଟକାଗଜପତ୍ର ଜବତ କରିଛି ।
ଏହି ଅଭିଯୁକ୍ତମାନଙ୍କ ନାଁରେ ୩୦ଲକ୍ଷ ଟଙ୍କାର ଠକେଇ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଠକେଇର ମାଷ୍ଟର ମାଇଣ୍ଡ ହେଉଛି ଏସ.କେ ଗଣେଶ । ଠକେଇର ଆଉ କିଛି ଯୁବକ ଫଶିଥିବାରୁ ଦରକାର ପଡିଲେ ଏହି ଦଲାଲଙ୍କୁ କମିଶନରେଟ ପୁଲିସ ରିମାଣ୍ଡରେ ଆଣିବ ବୋଲି ଯୋଜନା କରିଛି । ଭାରତୀୟ ଟଙ୍କାକୁ ୬ ମାସରେ ୪ ଗୁଣ କରାଇ ଦେବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ଜଣଙ୍କ ପିଛା ୫ରୁ ୧୦ଲକ୍ଷ ଟଙ୍କା ନେଇଥିଲେ ଏହି ଦଲାଲମାନେ ।
କେମିତି ଧରାପଡିଲେ ଏହି ସାଇବର ଦଲାଲ: କଟକ ମାଲଗୋଦାମ ଅଚଂଳରେ ରହୁଥିବା ରାଜେଶ କୁମାର ପାତ୍ର(୨୭) ଖଣ୍ଡଗିରି ଥାନା ଡୁମୁଡୁମା କସ୍ମପଲ୍ଲୀରେ ରୁହନ୍ତି । ରାଜେଶ ଭୁବନେଶ୍ୱରରେ ରହି ବ୍ୟବସାୟ କରନ୍ତି । ଜାନୁଆରୀ ମାସରେ ତାମିଲନାଡୁର ଏସ.କେ ଗଣେଶଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିଲା । ଗଣେଶ ତାଙ୍କୁ କଥା କଥା ଷ୍ଟକ୍ ମାରକେଟରେ ଟଙ୍କା ବିନିଯୋଗ କରିବା ପାଇଁ କହିଥିଲେ । ଖାଲି ଏତିକି ନୁହେଁ ୬ ମାସରେ ୪ ଗୁଣ ହୋଇଯିବ କହି ଲୋଭନୀୟ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ସେହିପରି ଅନ୍ୟ ୩ ଜଣ ଯୁବକଙ୍କୁ ଠିକ କରି ୩୦ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ ।
ଏହି ଟଙ୍କା ବିଦେଶ ସେୟାର ବଜାରରେ ବିନିଯୋଗ କଲେ ସେମାନଙ୍କୁ ବହୁତ ଟଙ୍କା ମିଳିବ ବୋଲି ସେ କହିଥିଲେ । ତାଙ୍କ କଥାରେ ରାଜି ହୋଇ ଗଣେଶ ଓ ତାଙ୍କର ଦୁଇଜଣ ସାଙ୍ଗ ପ୍ରଥମେ ୧୭ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆକାଉଣ୍ଟଟି ଫେକ ଥିବା ଜଣିବାକୁ ପାଇଥିଲେ । ଫେବୃୟାରୀ ୨ତାରିଖରେ ଏସ.କେ ଗଣେଶ ଖଣ୍ଡଗିରିର ଆଇଟିଆରରେ ଥିବା ବେଷ୍ଟଇନ ହୋଟେଲରେ ରହିଥିଲେ । ରାଜେଶ ତାଙ୍କ ପାଖକୁ ଯିବାକୁ ଉଦ୍ୟମ କଳାବେଳେ ସେ ପଳାଇଥିଲେ । ସେମାନଙ୍କୁ ଧରିବା ପାଇଁ ଏକ ପ୍ଲାନ କରିଥିଲେ ରାଜେଶ । ବ୍ୟବସାୟ ନିମନ୍ତେ ଏକ ହୋଟେଲରେ ବୈଠକ ଡାକିଥିଲେ । ଇତିମଧ୍ୟରେ ରାଜେଶ ପୁଲିସକୁ ମଧ୍ୟ ଖବର ଦେଇଥିଲେ । ଏସ.କେ ଗଣେଶ ରବିବାର ଅନ୍ୟ ୩ ଜଣ ସହଯୋଗୀଙ୍କ ମିଶି ହୋଟେଲ ଖାରବେଳରେ ବୈଠକ କରୁଥିବା ସମୟରେ ଖଣ୍ଡଗିରି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ହୋଟେଲରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା ।

Share this story

World Odia Language Conferene