‘ସାମ୍’ ଏକ କୟାମତ: କ’ଣ କରିବ କଂଗ୍ରେସ ?

‘ସାମ୍’ ଏକ କୟାମତ: କ’ଣ କରିବ କଂଗ୍ରେସ ?
‘ସାମ୍’ ଏକ କୟାମତ: କ’ଣ କରିବ କଂଗ୍ରେସ ?

ପ୍ରଥମେ ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତାରକାର । ସାକ୍ଷାତକାରରେ ମୋଦି ସରକାରଙ୍କ ନୀତି, ନିୟତି ଉପରେ ସିଧାସଳଖ ପ୍ରଶ୍ନ । ରାଜନୀତି, କୂଟନୀତି ଏବଂ ଯୁଦ୍ଧ ରଣନୀତି ଉପରେ ହମଲା କଲେ କଂଗ୍ରେସର ଦରିଆପାରି ମୁଖ୍ୟ ସାମ୍ ପିତ୍ରୋଡା । ଏହା କିନ୍ତୁ କଂଗ୍ରେସ ପାଇଁ କୟାମତ ନେଇ ଆସିଲା । ପବନ ବେଗରେ ସାମ୍ ଙ୍କ ଲମ୍ବା ସାକ୍ଷାତକାର ମଧ୍ୟରେ କେବଳ ଗୋଟିଏ ପ୍ରଶ୍ନର ଉତ୍ତର ଓ ପ୍ରତିକ୍ରିୟା ଦିଲ୍ଲୀ ରାଜନୀତିକୁ ଉଷ୍ମ କରିବାକୁ ଯଥେଷ୍ଟ ଥିଲା ।

ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସେନା ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା । ସେନାର ବୀରତ୍ୱକୁ ସମସ୍ତେ ପ୍ରଶଂସା କରିଥିଲେ । ବାୟୁବୀରଙ୍କ ବିରତ୍ୱ ପ୍ରମାଣ କରିଥିଲା ସେନାର ଏୟାର ଷ୍ଟ୍ରାଇକ ସତ ନା ମିଛ ଥିଲା । ତଥାପି ପ୍ରମାଣ ରାଜନୀତି ଓ ତା ପରର ତମ୍ବି ତୋଫାନ ଏବେ ବି ରାଜନୀତିର ଗଲିୟାରରେ ବେଶ୍ ଚର୍ଚ୍ଚା, ତର୍କ ଓ ବିତର୍କର ବିଷୟ ବସ୍ତୁ । ବିରୋଧୀ ଦଳମାନେ ସର୍ଜିକାଲ ଷ୍ଟ୍ରାଇକ ଭଳି ଏୟାର ଷ୍ଟ୍ରାଇକର ପ୍ରମାଣ ମାଗିଲେ । ବିଦେଶୀ ଗଣମାଧ୍ୟମର ରିପୋର୍ଟକୁ ବାହାନା କରି ସରକାରଙ୍କ ଉପରେ ଆକ୍ରମଣାତ୍ମକ ଭାବ ପ୍ରଦର୍ଶନ କଲେ । ଆଉ ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ସାମ୍ ।

ଏସିଆନ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ବା ଏଏନଆଇକୁ ଦେଇଥିବା ଏକ ଲମ୍ବା ସାକ୍ଷାତକାରରେ ସାମ୍ କହିଛନ୍ତି ଯେ, କିଛି ବିଦେଶୀ ଗଣମାଧ୍ୟମ ବାଲାକୋଟରେ ସେନାର କାର୍ଯ୍ୟାନୁଷ୍ଠାନରେ କୌଣସି ଆତଙ୍କବାଦୀ ମରିନଥିବା କଥା ଖବର ପ୍ରକାଶ ପାଇଛି । ସତ କଣ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ସହ ସେନାର କାର୍ଯ୍ୟାନୁଷ୍ଠାନ ସତ ନା ମିଛ ସେ ଜାଣିନାହାନ୍ତି ବୋଲି କହିଛନ୍ତି ।

ଏହା ସହ ପୁଲଓ୍ଵାମା ପରି ଆକ୍ରମଣ ବେଳେ ବେଳେ ହୋଇଥାଏ, ଏଥିପାଇଁ ପାକିସ୍ତାନ ଉପରେ ଆକ୍ରମଣ ଠିକ ନୁହେଁ ବୋଲି କହିଛନ୍ତି କଂଗ୍ରେସର ସାମ୍ । ବିଜେପି ଏହାକୁ କଡ଼ା ଭାଷାରେ ଭର୍ସନା କରିବା ସହ ସାମ୍ କେଉଁ ବେକଗ୍ରାଉଣ୍ଡରୁ ବିଲଙ୍ଗ କରନ୍ତି ତାହା ସମସ୍ତଙ୍କୁ ଜଣା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ । କଂଗ୍ରେସର ପାକିସ୍ତାନ ପ୍ରୀତି କଥା କହି ଅନେକ ସମାଲୋଚନା କରୁଥିବା ବେଳେ ଟ୍ୱିଟରରେ ଏହା #CongForPakistan ଭାବରେ ଟ୍ରେଣ୍ଡ କରୁଛି ।

Share this story

World Odia Language Conferene