ସାବଧାନ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ସାବଧାନ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା
ସାବଧାନ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ କାଳବୈଶାଖୀର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କୋରାପୁଟ ଏବଂ କନ୍ଧମାଳ ।

ଏହି ସବୁ ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା ଥିବା ବେଳେ ଅନ୍ୟ ସବୁ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ୩୧ ତାରିଖ ଯାଏଁ କାଳବୈଖାଖୀ ସମ୍ଭାବନା ଥିବା ବେଳେ ଜୁନ୍ ୧ରୁ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ପ୍ରବଳ ବର୍ଷା ଯୋଗୁ ଟହଟହ ଗରମ ତାତିରୁ ଲୋକେ ତ୍ରାହି ପାଇବେ ସତ ହେଲେ କାଳବୈଶାଖୀ ପ୍ରତି ସତର୍କ ରହିବା ପାଇଁ ପାଣିପାଗ ବିଭାଗ ଜଣାଇଛି ।

Share this story

World Odia Language Conferene