ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ନବୀନ ନିବାସ ଆଗରେ ଧାରଣା ଦେଲେ ମହିଳା

ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ନବୀନ ନିବାସ ଆଗରେ ଧାରଣା ଦେଲେ ମହିଳା
ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ନବୀନ ନିବାସ ଆଗରେ ଧାରଣା ଦେଲେ ମହିଳା

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଏବେ ବଡ଼ ଅଡୁଆରେ ପଡିଛନ୍ତି । ସାଂସଦଙ୍କ ନାମରେ ମହିଳା ଜଣଙ୍କ ଆଣିଥିବା ଅସଦାଚରଣ ତଥା ଗାଳି ଗୁଲଜ ଅଭିଯୋଗ ସିଧା ଆସି ନବୀନ ନିବାସରେ ପହଁଚିଛି । ସମ୍ପୃକ୍ତ ମହିଳା ଆଜି ନ୍ୟାୟ ଦାବି କରି ନବୀନ ନିବାସ ସାମ୍ନାରେ ଧାରଣା ଦେଇଥିଲେ । ତେବେ ଶେଷ ଖବର ସୁଧା ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିଲା ।

ମିଳିଥିବା ସୂଚନା ଅନୁସାରେ, ମହିଳା ଜଣଙ୍କ କଟକ ପୁରୀଘାଟ ଥାନାରେ ଗତ କିଛି ଦିନ ତଳେ ସାଂସଦ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ । ମହିଳା ଜଣଙ୍କ ଦର୍ଶାଇଥିଲେ ସାଂସଦ ଅନୁଭବ ଏବଂ ତାଙ୍କ ଭାଇ ତାଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି । ଅଭିଯୋଗକୁ ଭିତିକରି ପୁରୀଘାଟ ପୁଲିସ ଏକ ମାମଲା ରୁଜୁ କରିଛି । ହେଲେ ପୁଲିସ କେବଳ ମାମଲା ୠଜୁକରି ବସିଛି । ଏଯାଏଁ ଅନୁଭବଙ୍କ ବିରୋଧରେ କୌଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ କହିଛନ୍ତି ।

ଏଣୁ ଏଥିପାଇଁ ସେ ନ୍ୟାୟ ପାଇବା ଆଶାରେ ଆଜି ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଥିଲେ । ମହିଳା ଜଣଙ୍କ ଧାରଣା ଦେବା ପରେ ସେଠାରେ ଥିବା ପୁଲିସ କର୍ମଚାରୀ ତାଙ୍କୁ ବସିବାକୁ ଦେଇନଥିଲେ । ପୁଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିଲା । ଘଟଣାଟି ଏବେ ଗୁରୁତର ଆଡକୁ ଗତି କରିଥିବା ଜଣାପଡିଛି । ଖବର ନବୀନ ନିବାସରେ ପହଂଚି ଥିବାରୁ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି କି ନାହିଁ ତାହା ଦେଖିବା କୁ ବାକି ରହିଲା ।

Share this story

World Odia Language Conferene