ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କଲେ ଦୂତି ଚାନ୍ଦ; ବଡ଼ ଭଉଣୀ ରଚିଥିଲେ ଷଡ଼ଯନ୍ତ୍ର, ୨୫ ଲକ୍ଷ ଟଙ୍କା ମାଗିଥିଲେ ନଦେବାରୁ ମତେ ବ୍ଲାକମେଲ କରୁଥିଲେ: ଦୂତି

ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କଲେ ଦୂତି ଚାନ୍ଦ; ବଡ଼ ଭଉଣୀ ରଚିଥିଲେ ଷଡ଼ଯନ୍ତ୍ର, ୨୫ ଲକ୍ଷ ଟଙ୍କା ମାଗିଥିଲେ ନଦେବାରୁ ମତେ ବ୍ଲାକମେଲ କରୁଥିଲେ: ଦୂତି
ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କଲେ ଦୂତି ଚାନ୍ଦ; ବଡ଼ ଭଉଣୀ ରଚିଥିଲେ ଷଡ଼ଯନ୍ତ୍ର, ୨୫ ଲକ୍ଷ ଟଙ୍କା ମାଗିଥିଲେ ନଦେବାରୁ ମତେ ବ୍ଲାକମେଲ କରୁଥିଲେ: ଦୂତି

ଭୁବନେଶ୍ୱର: ଧାବକ ତଥା ଓଡ଼ିଆ ଅଲମ୍ପିଆନ ଦୂତି ଚାନ୍ଦଙ୍କ ବିରୋଧରେ ଆସିଥିବା ସମଲିଙ୍ଗୀ ସମ୍ପର୍କ ଓ ପରିବାର ଉଠାଉଥିବା ଓଲଟା ଅଭିଯୋଗ ଉପରେ ସେ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି ।

ହାଇଦ୍ରାବାଦରୁ ଭୁବନେଶ୍ୱର ଆଜି ଫେରିବା ପରେ ଉକ୍ତ ପ୍ରସଙ୍ଗ ଉପରେ ଖୋଲାଖୋଲି ଉତ୍ତର ରଖିଛନ୍ତି । ସେ ସିଧାସଳଖ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କରିଛନ୍ତି । ଦୂତି ଅଭିଯୋଗ କରିଛନ୍ତି ଯେ, ବଡ଼ ଭଉଣୀ (ଦିଦି)ଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ସେ । ତାଙ୍କ ମା’ କୁ ତାଙ୍କ ବିରୋଧରେ ଦିଦି କହିଆସୁଥିବା ସେ କହିଛନ୍ତି ।ଅର୍ଥ ପାଇଁ ତାଙ୍କୁ ବଡ଼ ଭଉଣୀ ବ୍ଲାକମେଲ କରିଆସୁଥିବା ସେ ଅଭିଯୋଗ ଆଣିଛନ୍ତି ।

“କୌଣସି ସଂସ୍ଥା କାହିଁକି ମୋ ଟଙ୍କା ଉପରେ ନଜର ପକାଇବେ। ବରଂ ଦିଦିଙ୍କ ମୋ ଅର୍ଥ ଉପରେ ନଜର ରହିଛି । ସେ ମୋତେ ୨୫ ଲକ୍ଷ ଟଙ୍କା ମାଗିଥିଲେ । ହେଲେ ମୁଁ ତାଙ୍କୁ ଟଙ୍କା ଦେବାକୁ ମନା କରିଦେଇଥିଲି । ଖାଲି ଏତିକି ନୁହେଁ, ଘରର ସବୁ ଖର୍ଚ୍ଚ ମୁଁ ବହନ କରେ । ବାପା, ମାଆଙ୍କ କଥା ବୁଝେ । ସେମାନଙ୍କ ପାଇଁ ଘର, ଗାଡି ମଧ୍ୟ କରିଛି । କିନ୍ତୁ ମାଆଙ୍କୁ ଶିଖାଇ ଦିଦି ମୋ ବିରୋଧରେ କୁହାକୁହି କରେ । ସେମାନେ ମତେ ଜନ୍ମ ଦେଇଛନ୍ତି । ସେମାନଙ୍କୁ କେବେବି ମୁଁ ଅବହେଳା କରିବିନି ।”

ଦୂତି ଆହୁରି ମଧ୍ୟ କହିଥିଲେ, “ମୋ ସମଲିଙ୍ଗୀ ସମ୍ପର୍କ ବିଷୟରେ ମୋ ପରିବାରରେ ସମସ୍ତେ ଜାଣନ୍ତି । ସେ ଝିଅ ସହ ମୋର ଦୀର୍ଘ ଦିନର ସମ୍ପର୍କ ରହିଛି ବୋଲି କହିଥିଲେ । ମୋ ବାପା, ମାଆ ଓ ଅନ୍ୟମାନେ ଏହାକୁ ଗ୍ରହଣ କରିଥିଲେ । କିନ୍ତୁ ମୋ ଦିଦି ଏହାକୁ ଆଦୌ ଗ୍ରହଣ କରୁ ନାହାନ୍ତି । ଏହାକୁ ନେଇ ସେ ମୋତେ ମାଡ଼ ମଧ୍ୟ ମାରିଥିଲେ । କିନ୍ତୁ ମୁଁ ମୋ ନିଷ୍ପତ୍ତିରେ ଅଟଳ ରହିବାରୁ ସେ ଏ ବିଷୟରେ ଗଣମାଧ୍ୟମକୁ କହିଦେବେ ବୋଲି ଧମକ ଦେଇଥିଲେ । ଶେଷରେ ସେ ସେୟା ହିଁ କଲେ । ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ମୋର ଅପପ୍ରଚାର କଲେ । ହେଲେ ସେ ଯୋଉ ଅନୁଷ୍ଠାନ ଗୁଡିକକୁ ଦୋଷ ଲଦୁଛନ୍ତି ସେ ସବୁ ଭିତ୍ତିହୀନ । ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଥିଲେ ।”

Share this story

World Odia Language Conferene