ସନ୍ଦେହଜନକ ଅବସ୍ଥାରେ ହୋଟେଲରୁ ଉଦ୍ଧାର ହେଲା ବେଙ୍ଗଲୀ ଅଭିନେତ୍ରୀଙ୍କ ମୃତଦେହ, ଖୋଜା ଚାଲିଛି ଡେଥ୍ ମିଷ୍ଟ୍ରି

ସନ୍ଦେହଜନକ ଅବସ୍ଥାରେ ହୋଟେଲରୁ ଉଦ୍ଧାର ହେଲା ବେଙ୍ଗଲୀ ଅଭିନେତ୍ରୀଙ୍କ ମୃତଦେହ, ଖୋଜା ଚାଲିଛି ଡେଥ୍ ମିଷ୍ଟ୍ରି
ସନ୍ଦେହଜନକ ଅବସ୍ଥାରେ ହୋଟେଲରୁ ଉଦ୍ଧାର ହେଲା ବେଙ୍ଗଲୀ ଅଭିନେତ୍ରୀଙ୍କ ମୃତଦେହ, ଖୋଜା ଚାଲିଛି ଡେଥ୍ ମିଷ୍ଟ୍ରି
କୋଲକାତା: ପଶ୍ଚିମବଙ୍ଗର ସିଲିଗୁଡ଼ି ସ୍ଥିତ ଏକ ହୋଟେଲ ରୁମରୁ ଜଣେ ବେଙ୍ଗଲୀ ଅଭିନେତ୍ରୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ଅଭିନେତ୍ରୀ ଜଣଙ୍କ ହେଲେ ପାୟଲ ଚକ୍ରବର୍ତ୍ତୀ । ତାଙ୍କର କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଡେଥ୍ ମିଷ୍ଟ୍ରି ଉପରେ ପରଦା ହଟେବା ପାଇଁ ଚଳାଇଛି ଜୋରଦାର ତଦନ୍ତ । ଇତିମଧ୍ୟରେ ବ୍ୟବଚ୍ଛେଦ ଲାଗି ତାଙ୍କ ମୃତ ଶରୀରକୁ ସ୍ଥାନୀୟ ହସ୍ପିଟାଲକୁ ପଠାଇ ଦିଆଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସତ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି ।
ସୂଚନା ମୁତାବକ, ପାୟଲ ବୁଧବାର ଗ୍ୟାଙ୍ଗଟକ ଯାଇଥାଆନ୍ତେ । ତେଣୁ ଗୋଟିଏ ଦିନ ପୁର୍ବରୁ (ମାନେ ମଙ୍ଗଳବାର) ସେ ସିଲିଗୁଡ଼ିର ଏକ ହୋଟେଲରେ ରୁମ୍ ନେଇ ରହିଥିଲେ । ଗତକାଲି ସେ ହୋଟେଲ ରୁମ ଛାଡିନଥିବାରୁ ହୋଟେଲ ଷ୍ଟାଫ ତାଙ୍କୁ ଡାକିଥିଲେ । ହେଲେ ରୁମରୁ କୌଣସି ଉତ୍ତର ନଆସିବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଚିଂ ପାୟଲଙ୍କ ମୃତଦେହକୁ ଉଦ୍ଧାର କରିଥିଲା ।
ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ଫିଲ୍ମ ଲାଇନ ହେଉ କି ଟେଲିଭଜନ୍ ଶୋ’ ପାୟଲ ସବୁଥିରେ ଅଭିନୟ କରିଛନ୍ତି । ତାଙ୍କର ଏକ ସନ୍ତାନ ଥିବା ମଧ୍ୟ ଶୁଣିବାକୁ ମିଳିଛି ।

Share this story

World Odia Language Conferene